ଅଜିତ୍‌ଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରରେ ବଦଳିଲା ସମୀକରଣ, କଂଗ୍ରେସ ପାଇଁ ପାଗ ଅନୁକୂଳ !

Published By : Prameya-News7 Bureau | July 05, 2023 IST

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମେ ଶିବସେନାରେ ବିଭାଜନ ହେବା ଏବଂ ଏବେ ଏନସିପି ସମାନ ଦଶା ଭୋଗିବା ରାଜ୍ୟ ରାଜନୀତିରେ ନୂତନ ସମୀକରଣ ସୃଷ୍ଟି କରିଛି। ଉଦ୍ଧବ ଠାକରେଙ୍କ ଶିବସେନାରେ ଏକନାଥ ସିନ୍ଦେଙ୍କ ବିଦ୍ରୋହକୁ ବର୍ଷେ ପୁରିବା ମାତ୍ରେ ଶରଦ ପାଓ୍ଵାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ରେ ଅଜିତ ପାଓ୍ଵାର ବିଦ୍ରୋହ କରିଛନ୍ତି। ପରିଣାମସ୍ଵରୂପ ଦିନ ଥିଲା ସରକାରରେ ଥିବା ମହାବିକାଶ ଅଘାଡ଼ି ବର୍ତ୍ତମାନ ପଙ୍ଗୁ ଅବସ୍ଥାକୁ ଚାଲି ଆସିଛି। ଏହି ସବୁ ରାଜନୈତିକ ଘଟଣାକ୍ରମରେ କଂଗ୍ରେସ ନୂତନ ଆଶାର କିରଣ ସଞ୍ଚାର କରିଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ଵୀରାଜ ଚହ୍ଵାଣ କହିଛନ୍ତି ଯେ, ସଂପ୍ରତି ରାଜ୍ୟରେ କଂଗ୍ରେସକୁ ଆଗକୁ ବଢିବାର ସମ୍ଭାବନା ରହିଛି। ସେ କହିଥିଲେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପାର୍ଟି ନିକଟରେ ବର୍ତ୍ତମାନ ବଢିବାର ସମୟ ଆସି ଯାଇଛି। କିନ୍ତୁ ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ହେଲେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଏନସିପିରେ  ବିଦ୍ରୋହ ପରେ ମହାରାଷ୍ଟ୍ର ରାଜନୀତି ଏବଂ ଏମଭିଏରେ କଂଗ୍ରେସ ପାଇଁ ସ୍ଥିତି ଅନୁକୂଳ ହେଉଥିବା ପ୍ରତୀତମାନ ହେଉଛି।

wp:heading {"level":4}

ଅଧିକ ପଢନ୍ତୁ- ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲା ଦାଦା-ପୁତୁରା ଲଢେଇ, ପାର୍ଟି ଏବଂ ସଂକେତ ଉପରେ ଅଜିତ୍ ପାୱାରଙ୍କ ଦାବି

/wp:heading

କେବଳ ଏତିକି ନୁହେଁ କଂଗ୍ରେସ ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ଦେବାକୁ ଦାବି କରିପାରେ। ବଡ଼ କଥା ଖୋଦ୍ ଶରଦ ପାଓ୍ବାର ମଧ୍ୟ ଏହି ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି। ଶିବସେନାରେ ବିଦ୍ରୋହ ପରେ ଏନସିପି ସବୁଠୁ ବଡ଼ ପାର୍ଟି ହୋଇଥିଲା। ଆଉ ଏବେ ଏନସିପି ସିନ୍ଦେ ସରକାରରେ ସାମିଲ୍ ହେବା ପରେ କଂଗ୍ରେସ ୪୫ ବିଧାୟକ ସହ ମୁଖ୍ୟ ବିରୋଧୀ ଦଳ ହେବାର ଦ୍ଵାର ଫିଟିଛି।

At Maharashtra Congress meeting Patole, Thorat say all is well - Rediff.com

ମହାରାଷ୍ଟ୍ର କଂଗ୍ରେସ ପ୍ରମୁଖ ନାନା ପଟୋଲେ ମଙ୍ଗଳବାର ସିନିୟର ପାଓ୍ଵାରଙ୍କୁ ଭେଟିଥିଲେ। ସେ କହିଛନ୍ତି,  ନରେନ୍ଦ୍ର ମୋଦୀ ଏବଂ ଅମିତ୍ ଶାହଙ୍କ ଆଦେଶକ୍ରମେ ଦିଲ୍ଲୀରୁ ପଠା ଯାଇଥିବା ସ୍କ୍ରିପ୍ଟ ହିସାବରେ ମହାରାଷ୍ଟ୍ର ରାଜନୀତିରେ ବଡ଼ ଡ୍ରାମା ଦେଖିବାକୁ ମିଳିଛି। ଆମେ ଏମଭିଏ ସହିତ ମଜବୁତ ସହ ଛିଡ଼ା ହେବାକୁ ନିଷ୍ପତ୍ତି ନେଇଛୁ। ଶରଦ ପାଓ୍ଵାରଙ୍କ ସହ ମୁଁ କଥା ହୋଇଛି ଏବଂ ଉଦ୍ଧବଙ୍କ ସହ ମଧ୍ୟ ଆଲୋଚନା କରିବି। ଆମେ ସରକାରଙ୍କ ହୀନ କାର୍ଯ୍ୟକୁ ଜନତାଙ୍କୁ ଅବଗତ କରାଇବା ପାଇଁ ସମଗ୍ର ରାଜ୍ୟ ଗସ୍ତ କରିବୁ।

wp:heading {"level":4}

ଅଧିକ ପଢନ୍ତୁ-ବିରୋଧୀ ଦଳ ନେତାରୁ ୧ ଘଣ୍ଟାରେ ଅଜିତ୍ ପାଓ୍ଵାର ଡେପୁଟୀ ସିଏମ, ଗୋଟିଏ ତୀରରେ ବିଜେପିର ୩ ଶିକାର

/wp:heading

ସୂଚନାଯୋଗ୍ୟ, ୨୦୧୯ରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଲମ୍ବା ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା। ବିଜେପି ଏବଂ ଶିବସେନା ଅଲଗା ହେବା ପରେ ରାଜ୍ୟରେ ମହାବିକାଶ ଅଘାଡ଼ି ମେଣ୍ଟ ଆରମ୍ଭ ହୋଇଥିଲା। ଏଥିରେ ଶିବସେନା, କଂଗ୍ରେସ ଏବଂ ଏନସିପି ବ୍ୟତୀତ ସମାଜବାଦୀ  ପାର୍ଟି ପରି ପାଖାପାଖି ୫ ଆଉ ଦଳ ସରକାରରେ ଥିଲେ।

The faultlines in the three-party Maha Vikas Aghadi | Mumbai News, The  Indian Express

ସେହି ସମୟରେ  ଅବିଭାଜିତ ଶିବସେନାର ୫୬ ବିଧାୟକ ଥିଲେ ଏବଂ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୫୪ ବିଧାୟକ ସହିତ ଏନସିପି ଦ୍ଵିତୀୟ ଏବଂ ୪୪ ବିଧାୟକ ସହ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା। ୨୦୨୨ରେ ଉଦ୍ଧବଙ୍କ  ଶିବସେନା ୧୭ ବିଧାୟକକୁ ଖସି ଆସିଛି। ଆଉ ବର୍ତ୍ତମାନ ସମାନ ଘଟଣା  ଶରଦ ପାଓ୍ଵାରଙ୍କ ସହ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.