IAS ଅଧିକାରୀଙ୍କୁ ଚାକିରୀରୁ କିଏ କରିପାରିବେ ବିଦା ? ଜାଣନ୍ତୁ କ’ଣ ରହିଛି ନିୟମ…

Published By : Prameya-News7 Bureau | November 24, 2024 IST

ନୂଆଦିଲ୍ଲୀ ୨୪।୧୧: UPSC ପରୀକ୍ଷା । ଦେଶର କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ । UPSC ସବୁଠୁ ଉଚ୍ଚ ପଦବୀ ହେଉଛି IAS । ପରୀକ୍ଷାକୁ କ୍ରାକ୍ କରିବା ଯେତିକି କଠିନ, ଚାକିରୀର ପାଓ୍ବାର ବି ସେତେ ଅଧିକ । ତେବେ ଆପଣ ଭାବୁଥିବେ IAS ଅଧିକାରୀଙ୍କୁ ଚାକିରୀରୁ କେହି ବିଦା କରିପାରିବେନି । ଯଦି ଏପରି ଭାବୁଥାନ୍ତି ତେବେ ଆପଣଙ୍କ ଧାରଣା ସମ୍ପୂର୍ଣ୍ଣ ଭୁଲ୍‌ । ଭାରତୀୟ ସମ୍ବିଧାନରେ ଜଣଙ୍କୁ ଏଭଳି ପାଓ୍ବାର ଦିଆଯାଇଛି ଯିଏ ଆଇଏଏସ୍ ପରି ଉଚ୍ଚ ପଦବୀ ଅଧିକାରୀଙ୍କୁ ବି ହଟାଇ ପାରିବେ । କାହା ପାଖରେ ଏଭଳି ପାଓ୍ବାର ଅଛି, ଆସନ୍ତୁ ଜାଣିବା…

UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ବ୍ୟକ୍ତି IAS, IPS, IFS ଏବଂ IRS ଅଧିକାରୀ ହୁଅନ୍ତି । ତେବେ ଏହି ଚାକିରୀରେ ସମ୍ମାନ ମିଳିବା ସହ ଏହା ଏକ ସ୍ଥାୟୀ ଚାକିରୀ । କିନ୍ତୁ କଣ ଜଣେ IAS ଅଧିକାରୀଙ୍କୁ ଚାକିରୀରୁ ବିଦା କରାଯାଇ ପାରିବ ? ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ଆଇଏସ୍ ଅଧିକାରୀଙ୍କୁ ଚାକିରିରୁ ସମ୍ପୂର୍ଣ୍ଣ ଭାବେ ବିଦା କରାଯାଇ ପାରିବନି । କିନ୍ତୁ ଅଧିକାରୀଙ୍କୁ କିଛି ସମୟ ପାଇଁ ବରଖାସ୍ତ କରାଯାଇପାରେ । ଆଇଏସ୍ ଅଧିକାରୀଙ୍କୁ ସମ୍ପୁର୍ଣ୍ଣ ଭାବେ ବିଦା କରିବା ବଦଳରେ ଟ୍ରାନ୍ସଫର କରାଯାଇଥାଏ ।  

ଭାରତୀୟ ସମ୍ବିଧାନରେ ଏହି କ୍ଷମତା କେବଳ ରାଷ୍ଟ୍ରପତିଙ୍କୁ ଦିଆଯାଇଛି । ଭାରତୀୟ ସମ୍ବିଧାନ ଅନୁଯାୟୀ ଯଦି କୌଣସି ଅଧିକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କର ପଦବୀ ଛଡାଇ ନିଆଯାଇପାରେ କିମ୍ବା ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ । ରାଷ୍ଟ୍ରପତି କେବଳ IAS, IFS ଏବଂ IRS ଅଧିକାରୀଙ୍କୁ ଚାକିରିରୁ ହଟାଇ ପାରିବେ । ରାଷ୍ଟ୍ରପତିଙ୍କ ବ୍ୟତୀତ ଏହି ପଦରେ ଥିବା ଅଫିସରଙ୍କୁ ହଟାଇ ପାରିବେନି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ଯଦି କୌଣସି ରାଜ୍ୟ ଆଇଏଏସ୍ ଅଧିକାରୀଙ୍କୁ ସସ୍‌ପେଣ୍ଡ କରେ ତେବେ ଏହାର ସୂଚନା ୪୮ ଘଣ୍ଟା ମଧ୍ୟରେ ଏକ କ୍ୟାଡର କଣ୍ଟ୍ରୋଲ୍‌କୁ ଦେବାକୁ ପଡିଥାଏ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.