ଭୁବନେଶ୍ବର ୨୬।୯: ଆଖି ବୁଜିଲା ‘ଅଭି’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ହାତୀ 'ଅଭି'ର ମୃତ୍ୟୁ ଘଟିଛି । ପ୍ରାଣୀ ଚିକିତ୍ସାଳୟ ନିକଟରେ ରହୁଥିବା ହାତୀ ‘ଅଭି’ ହରପିସ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲା । ତାର ହରପିସ ପଜିଟିଭି ବାହାରିବା ପରଠାରୁ ବିଶେଷଜ୍ଞ ମନେ ଆସି ଚିକିତ୍ସା ଜାରି ରଖିଥିଲେ । ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଶେଷରେ ଗୁରୁବାର ଆଖି ବୁଜିଛି । ସୋମବାର ସକାଳୁ ଗୋଟିଏ ସ୍ଥାନରେ ଶୋଇ ରହୁଥିବା ବେଳେ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା । ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ୨୪ ଘଣ୍ଟିଆ ଅଭି ଉପରେ ନଜର ରଖିଥିଲେ । ଅଭି'କୁ ଶୀଘ୍ର ସୁସ୍ଥ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନର ହାତୀ ବିଶେଷଜ୍ଞ ମାନଙ୍କ ସହିତ ଯୋଗାଯୋଗ କରି ଚିକିତ୍ସା ଉନ୍ନତି ମାନର ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଗୁରୁବାର ‘ଅଭି’ର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳି ଯାଇଛି । ଗତ ବର୍ଷ ଜୁନ୍ ମାସରେ ‘ଅଭି’ ଦୁଇ ମାସର ହୋଇଥିବା ବେଳେ କେନ୍ଦୁଝର ଜଙ୍ଗଲରେ ହାତୀ ପଲରୁ ଅଲଗା ହୋଇ ଖାଲରେ ପଡ଼ି ଯାଇଥିଲା । ସେଠାରୁ ତାକୁ ଉଦ୍ଧାର କରାଯାଇ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା ।
You Can Read:
ଅକ୍ଟୋବର ୨ରୁ ବିଜେଡିର ସଦସ୍ୟତା ସଂଗ୍ରହ, ଏଥର କୋଟିଏ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ