ବାଙ୍କୀ ୧୨।୮: ଅଙ୍ଗନଓ୍ବାଡୀ କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ । ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ ସ୍ଥାନାନ୍ତର । ଅଙ୍ଗନଓ୍ବାଡୀ କର୍ମୀ ଜଣଙ୍କ ହେଲେ ଭାରତୀ ଜେନା । ସେ ଅନୁଆରୀ ଅଙ୍ଗନଓ୍ବାଡୀରେ ପିଲାଙ୍କୁ ପାଠ ପଢ଼ାନ୍ତି ।
ସୂଚନାଯୋଗ୍ୟ ଯେ, ଅଙ୍ଗନଓ୍ବାଡୀ କର୍ମୀ ଜଣଙ୍କ କଳାପଥରରେ ରହୁଥିବା ବେଳେ ସୋମବାର ଅଙ୍ଗନଓ୍ବାଡୀକୁ ଆସିବା ବାଟରେ ଚାରିଛକ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଅଙ୍ଗନଓ୍ବାଡୀ କର୍ମୀଙ୍କ ସ୍ୱାମୀ ଖୋର୍ଦ୍ଧାରେ ଏକ ମେଡ଼ିସିନ ଦୋକାନ ଦେଇଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି । ଚାରିଛକ ଠାରେ ଦିଦିଙ୍କ ଗାଡି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବୈଦେଶ୍ଵର ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।
You Can Read:
ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍, ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି