ବାଣ ଫୁଟାଇବାରୁ ରାଜଧାନୀରେ ବଢିଯାଇଥିଲା AQI, ବର୍ଷା ପାଇଁ କମିଛି ପ୍ରଦୂଷଣର ମାତ୍ରା

Published By : Prameya-News7 Bureau | November 01, 2024 IST

ଭୁବନେଶ୍ବର ୧।୧୧: ବାଣ ବିଗାଡି ଦେଇଥିଲା, ବର୍ଷା ବଞ୍ଚାଇ ଦେଲା । ଗୁରୁବାର ବାଣ ଫୁଟା ଯୋଗୁଁ ଭୁବନେଶ୍ବରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା AQI ଖରାପ ହୋଇଥିଲା ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ.ମୁରୁଗେସନ କହିଛନ୍ତି । ସେ କହିଛନ୍ତି, ବୁଧବାର ସକାଳେ ଏହା ୬୦-୭୦ AQI ଥିଲା, ଯାହା ସନ୍ତୋଷଜନକ ଥିଲା । ସନ୍ଧ୍ୟାରେ ଏହା ବଢ଼ି ୧୦୦ AQ ହୋଇଯାଇଥିଲା । ଗୁରୁବାର ସନ୍ଧ୍ୟାରେ ବାଣ ଫୁଟାରୁ ବଢ଼ି ୨୩୦-୨୪୦ AQI ହୋଇଯାଇଥିଲା । ଶୁକ୍ରବାର ସକାଳେ ଭୁବନେଶ୍ୱରରେ ବର୍ଷା ହେବାରୁ ୧୩୩ AQI ହୋଇଥିଲା । ଏହା ଆହୁରି କମିଯିବ । ବର୍ଷା ଯୋଗୁଁ ପ୍ରଦୂଷଣର ମାତ୍ରା ଭୁବନେଶ୍ୱରରେ କମିଛି । ବାଲେଶ୍ୱର, ରାଉରକେଲା, ତାଳଚେର ୧୦୦ AQI ଉପରେ ଥିଲା । ବାଲେଶ୍ବର ଓ ରାଉରକେଲା ବର୍ତ୍ତମାନ ୧୩୦-୧୪୦ AQI ପାଖାପାଖି ରହିଛି । ହେଲେ ତାଳଚେରରେ ଅଧିକ ରହିଛି । ଯାହା ୨୫୬ AQI । କାରଣ ପାଓ୍ବାର ପ୍ଲାଣ୍ଟ ଓ ଖଣି କାମ ସେଠାରେ ହେଉଛି । ଦିନେ ଦୁଇ ଦିନରେ ଏହା କମିଯିବ । 

ଉତ୍ତର ଭାରତରେ ୩୦୦ AQI ହୋଇଥିଲା । Indo Gangetic ଅଞ୍ଚଳରେ ସ୍ଥିତି ଖରାପ ହେବାରୁ ତାହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା, ବାଲେଶ୍ୱରରେ ପଡୁଛି । ୨୦୨୨ରେ ପ୍ରଦୂଷଣ ମାତ୍ରା ଅଧିକ ଥିଲା । ୨୦୨୩ରେ କମିଥିଲା । ଏବର୍ଷ ଆହୁରି କମିଛି । କଟକ ଭଲ ସ୍ଥିତିରେ ଅଛି । ଗୁରୁବାର ତାଳଚେର ଓ ଭୁବନେଶ୍ୱରରେ ମାତ୍ରା ଅଧିକ ଥିଲା । ହେଲେ ରାଉରକେଲା ୧୨୨ AQI ରେ ରହିଗଲା । ବାଲେଶ୍ୱର ଷ୍ଟେସନ NH ନିକଟରେ ଅଛି । ସେଠି ରାସ୍ତା କାମ ଚାଲିଛି । କାମ ସରିଲେ, ସେଠି ବି ସ୍ଥିତି ଠିକ୍ ହୋଇଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆମ ବାଣ ଫୁଟା ଗାଇଡ଼ଲାଇନ ଜାରି କରିଥିଲୁ । ହେଲେ ନ ମାନିଲେ, ଆଉ କ’ଣ କରାଯାଇ ପାରିବ । ଲୋକଙ୍କୁ ଅନୁରୋଧ କରିଥିଲୁ । ସକାଳେ ବାଣ ଫୁଟାଇ ନଥିଲେ । ରାତିରେ ଅଧିକ ଫୁଟାଇଲେ । ସାରା ଦେଶରେ ଏହି ଅବସ୍ଥା । ବାଣ ଫୁଟିଲେ ଯଦି ପବନ ବୋହିବ, ପ୍ରଦୂଷଣ ସ୍ତର କମିଯାଏ । ଦକ୍ଷିଣ ଭାରତର ମଦୁରାଇରେ ପବନ ହୁଏ । ତେଣୁ ବାଣ ଫୁଟାରୁ ପ୍ରଦୂଷଣର ମାତ୍ରା କମ୍ ଥାଏ । ନଭେମ୍ବର ୩ ତାରିଖ ଯାଏଁ ବାୟୁ ସ୍ଥିତି ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ।


You Can Read:

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ବା ସୁଡଙ୍ଗ ନାହିଁ, ଫାଟ ଥିବା ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.