ଧାନ ତଳି ପକାଇବାକୁ ଯାଉଥିଲେ, ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର

Published By : Prameya-News7 Bureau | July 29, 2024 IST

ନୟାଗଡ ୨୯/୭: ଭାରସାମ୍ୟ ହରାଇ ଓଲଟିଲା ଡାଲା ଅଟୋ । ଜଣେ ମୃତ,୧୦ ଗୁରୁତର । ନୟାଗଡ ଜାକେଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଓ ଆହତମାନେ ସମସ୍ତେ ନୂଆଗାଁ ଥାନା ଦୁରୁଙ୍ଗି ଗଁର । ମୃତକ ସୁକାନ୍ତି ବେହେରା ।  ସୋମବାର ସକାଳୁ ୧୭ ଜଣ ମହିଳା ଡାଲା ଅଟୋରେ ଦୁରୁଙ୍ଗି ଗାଁରୁ ମହିତମାକୁ ଧାନ ତଳିପକାଇବାକୁ ଯାଉଥିଲେ । 

ଅଟୋଟି ଦ୍ରୁତ ଗତିରେ ଯାଉଥିବାବେଳେ ଜାକଡା ନିକଟରେ ଭାରସାମ୍ୟ ହରାଇ ପଛୁଆ ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ୧୭ ଜଣ ଡାଲା ଭିତରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ମହିପୁର ଓ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ୩ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଅଟୋ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଅଟୋକୁ ଜବତ କରି ତଦନ୍ତ କରୁଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.