ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ସଚେତନତା : ଏମିତି ଉପାୟ ଆପଣାଇଲେ ବାଲିଗୁଡା ଉପ-ଜିଲ୍ଲାପାଳ

Published By : Prameya-News7 Bureau | April 24, 2024 IST

ବାଲିଗୁଡା ୨୪।୪: ନିଆରା ଢଙ୍ଗରେ ଭୋଟର ସଚେତନତା । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ-ଜିଲ୍ଲାପାଳ ରିନା ପ୍ରଧାନଙ୍କ ଅଭିନବ ପ୍ରୟାସ l ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ସହିତ ବାଲିଗୁଡ଼ା ଉପଖଣ୍ଡରେ ଭୋଟ୍ ହାର ବଢାଇବା ପାଇଁ ରlମ୍ପ ଶୋ’ରେ ନୃତ୍ୟ-ଗୀତ-ସଙ୍ଗୀତ ମାଧ୍ୟମରେ ସଚେତନନା କାର୍ଯ୍ୟକ୍ରମ କରି ସବୁ ବର୍ଗର ଲୋକଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି l ଏଭଳି କି ନିଜେ ପ୍ଲା କାର୍ଡ ଧରି କଳାକାର ମାନଙ୍କ ସହିତ ରlମ୍ପ ଶୋ’ରେ ଚାଲି ସଚେତନତାର ବାର୍ତ୍ତା ବlଣ୍ଟିଛନ୍ତି l ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ବ୍ଲକରୁ ଭିନ୍ନ ଭିନ୍ନ ତରିକା ମାଧ୍ୟମରେ ଭୋଟ୍‌ ସଚେତନା କରିଛନ୍ତି l ଅଧିକରୁ ଅଧିକ ନାଗରିକ କିଭଳି ନିଜ ମତ ସାବ୍ୟସ୍ତ କରି ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ଗଠନରେ ସାମିଲ ହେବେ ଓ ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ସେ ନେଇ ସଚେତନତା ସୃଷ୍ଟି କରିଛନ୍ତି ଉପ-ଜିଲ୍ଲାପାଳ ରୀନା ପ୍ରଧାନ ।


You Can Read :

ଆହୁରି ୫ ଦିନ କଲବଲ କରିବ ତାତି, ହିଟ୍ ୱେଭ୍ ଓ ସିଭିୟର ହିଟ୍ ୱେଭ୍ ପାଇଁ ସତର୍କତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.