ରାତି ପାହିଲେ ଭୋଟ୍, ଭଦ୍ରକ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | May 31, 2024 IST

ଭଦ୍ରକ ୩୧।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ତେବେ ମତଦାନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଭଦ୍ରକ ଜିଲ୍ଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀର ଥିବା ମୋଟ୍ ୧୩୧୨ ବୁଥ୍‌କୁ ପୁଲିଂ ପାର୍ଟିମାନେ ଯାଇଛନ୍ତି । ଏଥିପାଇଁ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଆରଏମସି କ୍ୟାମ୍ପସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ନେହେରୁ ଷ୍ଟାଡିୟମ ଠାରେ ଡିସବର୍ସ ସେଣ୍ଟର କରାଯାଇଥିଲା । ପୁଲିଂ ପାର୍ଟିମାନେ ଇଭିଏମ୍ ମେସିନ ସହ ଭିଭିପାଟ୍ ବାକ୍ସ ଓ ଅନ୍ୟାନ୍ୟ କାଗଜପତ୍ର ଧରି ବୁଥ୍ ଅଭିମୁଖେ ଯାଇଛନ୍ତି । 

ଭଣ୍ଡାରିପୋଖରୀରେ ୨୫୯ଟି ବୁଥ, ଭଦ୍ରକରେ ୨୬୪ଟି ବୁଥ, ବାସୁଦେବପୁରରେ ୨୬୭ଟି, ଧାମନଗରରେ ୨୫୭ ଓ ଚାନ୍ଦବାଲିରେ ୨୬୫ଟି ବୁଥ ରହିଛି । ତେବେ ଚଳିତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ୫ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୧୨ ଲକ୍ଷ ୮୬ ହଜାର ୩ ଶହ ୭୭ ଜଣ ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୬ ଲଷ ୬୨ ହଜାର ୮୦୫ ଜଣ ପୁରୁଷ ଭୋଟର ଓ ୬ ଲକ୍ଷ ୨୩ ହଜାର ୪୦୩ ଜଣ ମହିଳା ଭୋଟର ଅଛନ୍ତି । 

 

ଭଦ୍ରକ ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ୨୭୩୯୧୩ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୩୪୨୪୫, ପୁରୁଷ ଭୋଟରଙ୍କ ସଂଖ୍ୟା ୧୩୯୫୮୫ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୮୩ ।

 

ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ୨୪୦୧୩୩ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୭୧୪୨, ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୨୯୭୪ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୧୭ ।

 

ଧାମନଗର ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ୨୪୭୧୯୬ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୯୯୧୪, ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୭୨୫୩ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୨୯ ।

 

ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ୨୭୨୧୨୯ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୩୧୧୧୧, ପୁରୁଷ ଭୋଟରଙ୍କ ସଂଖ୍ୟା ୧୪୦୯୯୭ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୨୧ ।

 

ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ୨୫୩୦୦୬ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୨୦୯୯୧, ପୁରୁଷ ଭୋଟରଙ୍କ ସଂଖ୍ୟା ୧୩୧୯୯୬ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୧୯ । 

ତେବେ ହିଟ୍ ୱେଭକୁ ଦେଖି ସମସ୍ତ ବୁଥ୍‌ରେ ଆଶା ଓ ଅଙ୍ଗନଓ୍ବାଡୀ କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ସହ କେତେକ ବୁଥ୍‌ରେ ଆମ୍ବୁଲାନ୍ସ ମୁତୟନ ରହିବ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱେଚ୍ଛାସେବୀ ମୁତୟନ ରହିବେ । ଜିଲ୍ଲାରେ ଭୋଟରମାନେ ଯେମିତି ଶାନ୍ତି ଶୃଙ୍ଖଳାରେ ଭୋଟ ଦେବେ ସେ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମସ୍ତଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । 

You Can Read :

ଭୀଷଣ ଗ୍ରୀଷ୍ମ ଲହରୀରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡ଼ିଶା, ୪୫ଂ ଟପିଲା ସମ୍ବଲପୁର ତାପମାତ୍ରା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.