ବିଜେପିରୁ ବିଦା ହେଲେ ହେଭିଓ୍ବେଟ୍ ନେତା ବିଜୟ ମହାପାତ୍ର : ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକ ବି ବହିଷ୍କୃତ

Published By : Prameya-News7 Bureau | May 17, 2024 IST

ଭୁବନେଶ୍ୱର ୧୭।୫: ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର ଓ ଶାରଦା ପ୍ରଧାନ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । 

ଦଳ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ଶାରଦା ପ୍ରଧାନ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ।

ବିଜେପିରୁ ବହିଷ୍କୃତ ହେବା ପରେ ବିଜୟ ମହାପାତ୍ର କହିଛନ୍ତି, ବିଜେପିରେ ଯେଉଁମାନେ ଏହି ନିଷ୍ପତ୍ତି ନେଇଛନ୍ତି ସେମାନେ ନିଜକୁ ଅପଦସ୍ତ କରିଛନ୍ତି । ପାଞ୍ଚବର୍ଷ ପରେ ବିଜେପିର ମନେ ପଡିଲା । ମୁଁ ୫ ବର୍ଷ ହେଲା ବିଜେପିରେ ନାହିଁ । ଅରବିନ୍ଦ ମହାପାତ୍ର ଦୁଇ ମାସ ହେଲା ବିଜେଡିରେ ଯୋଗ ଦେଲେଣି । ଆଜି ମନେ ପଡିଲା । ନିର୍ବାଚନ ପରେ ନିଷ୍ପତ୍ତି ନେବି ।

ପୁଅ ପାଇଁ ପ୍ରଚାର କରୁଛି, କରିବି ।

 

You Can Read :

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି : ସୋରଡାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.