ବ୍ରହ୍ମପୁର ୧୭।୫: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ତିନି ଦିନ ବାକି । ୧୮ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ । ଏହା ପୂର୍ବରୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । କିଏ ସଭା ସମିତିରେ ତ ଆଉ କିଏ ଶୋଭାଯାତ୍ରା କରି ପ୍ରଚାରକୁ ଜୋରଦାର କରିଛନ୍ତି ।
ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ନିକଟତର ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ଉଭୟ ବିଜେଡ଼ି ଓ ବିଜେପି । ଗତ ୧୫ ତାରିଖରେ ବିଜେପି ଦେଖାଇଛି ପାୱାର ଶୋ’ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଶାହଙ୍କ ଗସ୍ତରେ ଦଳୀୟ ପ୍ରାର୍ଥୀ ବେଶ୍ ଉତ୍ସାହିତ ହୋଇଥିବା ବେଳେ ଦଳ ପାଇଁ ବଡ଼ ସହାୟକ ହେବ ବୋଲି ଦଳୀୟ ପ୍ରାର୍ଥୀ କହିଛନ୍ତି । କେନ୍ଦ୍ରୀୟ ଯୋଜନାର ବିକାଶକୁ ଆଧାର କରି ଭୋଟରଙ୍କ ନିକଟକୁ ଯାଉଛି ଏବଂ ବିଜୟୀ ହେବି ବୋଲି ଆଶା କରୁଛି ବୋଲି ବିଜେପି ପ୍ରାର୍ଥୀ ନୀଳମଣି ବିଶୋୟୀ କହିଛନ୍ତି ।
ସେପଟେ ବିଜେଡି ବି ପ୍ରଚାରକୁ ଜୋରଦାର କରିଛି । ଖରାତରାକୁ ଖାତିର ନକରି ପ୍ରାର୍ଥୀ ପ୍ରଚାରରେ ଲାଗି ପଡିଛନ୍ତି । ଗାଁ ଗାଁ, ସାହି ସାହି, ଘର ଘର ବୁଲି ବୁଲି ଭୋଟ୍ ଭିକ୍ଷା କରୁଥିବା ଚିତ୍ର ଦେଖିବାକୁ ମିଳିଛି । ହଜାର ହଜାର ମୋଟର ସାଇକେଲ ଶୋଭାଯାତ୍ରାରେ ପ୍ରାର୍ଥୀ ବୁଲି ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କରୁଛନ୍ତି । ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀଙ୍କ ସହ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ଲୋକଙ୍କ ଅକୁଣ୍ଠ ସମର୍ଥନ ରହିଛି । ନିଶ୍ଚିତ ଭାବେ ବିଜୟୀ ହେବି ବୋଲି ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ କହିଛନ୍ତି ।
You Can Read :
ଖଲ୍ଲିକୋଟ ନିର୍ବାଚନୀ ହିଂସାର ତଦନ୍ତ କରିବ ଏସ୍ଆଇଟି, ଅନ୍ୟ ଅଭିଯୁକ୍ତଙ୍କୁ କରିବ ଗିରଫ