ରଘୁବର ଦାସଙ୍କ ରାଜ୍ୟପାଳ ଲାଟ୍ ସାହାବ ନୁହେଁ ମନ୍ତବ୍ୟରେ ବିଜେଡି ପଚାରିଲା ତିନୋଟି ପ୍ରଶ୍ନ

Published By : Prameya-News7 Bureau | January 12, 2025 IST

ଭୁବନେଶ୍ବର ୧: ରାଜ୍ୟପାଳ ରଘୁବର ଦାସଙ୍କ ରାଜ୍ୟପାଳ ଲାଟ୍ ସାହାବ ନୁହେଁ ମନ୍ତବ୍ୟରେ ବିଜେଡି ପଚାରିଲା ତିନୋଟି ପ୍ରଶ୍ନ । ପ୍ରେସ୍ ମିଟ୍ କରି ପ୍ରଶ୍ନ ପଚାରିଲେ ଅରୁଣ ସାହୁ । ଯଦି ରଘୁବର ଲାଟ୍ ସାହାବ୍ ନଥିଲେ ତାଙ୍କ ପୁଅ କିଭଳି ଖସିଲେ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ସବୁ ମାଫ୍ ଭଳି ସେ ଖସିଲେ ବୋଲି ସେ କହିଛନ୍ତି । 

ତିନି ମାସ କାର୍ଯ୍ୟକାଳ ମଧ୍ୟରେ ରଘୁବର ଯେତେସବୁ ଅଭିଯୋଗ ଆଣିଥିଲେ ତାହା କାହାକୁ ଦେଇଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେପି ସରକାର ଏହାକୁ ଲୋକଲୋଚନକୁ ଆଣନ୍ତୁ ନଚେତ କେତେ ଅଭିଯୋଗର କେତେ ସମାଧାନ କରିଛନ୍ତି ତାହା ପ୍ରକାଶ କରନ୍ତୁ ବୋଲି ଅରୁଣ କହିଛନ୍ତି । ରଘୁବର ଅଭିଯୋଗ ଶୁଣିବାକୁ ନୁହେଁ ବିଜେପିର ପ୍ରଚାର କରିବାକୁ ଯାଉଥିଲେ ବୋଲି ଅରୁଣ ଅଭିଯୋଗ କରିଛନ୍ତି । ଯଦି ରଘୁବର ଭଲ ରାଜ୍ୟପାଳ ଥିଲେ ତେବେ ଦଳ ତାଙ୍କୁ କାହିଁକି ତଣ୍ଟିଆ ମାରି ତଡିଲା  ବୋଲି ଅରୁଣ ପ୍ରଶ୍ନ କରିଛି । ବିଜେପି ଏହାର ଉତ୍ତର ଦେଉ ବୋଲି ଅରୁଣ କହିଛନ୍ତି ।

You Can Read:

ନିଲାମ ନେଇଥିବା ବାଲିଘାଟ ଛାଡିବାକୁ ମିଳୁଛି ଧମକ, ଥାନାରେ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.