ଜଣେ ପୂର୍ବତନ ମନ୍ତ୍ରୀଙ୍କ ଛତ୍ର ଛାୟା ତଳେ ରହି କଳା ସାମାଜ୍ୟ ଚଳାଇଥିଲେ ହଂସିତା : ପ୍ରଦୀପ ପୁରୋହିତ

Published By : Prameya-News7 Bureau | January 12, 2025 IST

ଭୁବନେଶ୍ୱର 12/01 :  ବହୁ ଚର୍ଚ୍ଚିତ ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ତଦନ୍ତ କରିବ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାମଲାରେ ଖୁବ୍ ଶୀଘ୍ର ବେନାମୀ ସମ୍ପତ୍ତି ୬୦ କୋଟି ଟଙ୍କା କାରବାର ନେଇ ଇଡି କରିବ ଖୋଳତାଡ଼। କାରଣ ତଦନ୍ତ ଯେତିକି ଗହୀରକୁ ଯାଇଛି, ସେମାନଙ୍କ ସମ୍ପତ୍ତିର ତାଲିକା ସେତିକି ଲମୁଛି। ତେଣୁ ସେମାନଙ୍କ ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ପ୍ରକ୍ରିୟା ଆରମ୍ଭ କରିଛି।

ଉଭୟଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର ପୋଲିସ ଓ ଆୟକର ବିଭାଗରୁ କଂଗ୍ରହ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଖୁବ୍‌ଶୀଘ୍ର ପିଏମ୍ ଏଲ୍‌ଏ ଆକ୍ଟ ଅନୁସାରେ ଇଡି ତଦନ୍ତ କରିବ ବୋଲି ସୂଚନା ମିଳିଛି।ହଂସିତା ଓ ଅନିଲ ଗତ ୩ ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କା କାରବାରର ଟିକସ ନେଇ କିନ୍ତୁ ତଥ୍ୟ ଦେଇ ପାରୁ ନାହାନ୍ତି। ଦୁଇ ମହାଠକଙ୍କୁ ଟଙ୍କା କାରବାରର ହିସାବ ମାଗିଛି ଆୟକର ବିଭାଗ।ଏବଂ ଏହି ବେନାମୀ ଟଙ୍କା କାରବାର ପଛରେ ବହୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେପଟେ ହଂସିତା ଓ ଅନୀଲଙ୍କ ଠକେଇ ପ୍ରସଙ୍ଗରେ ଆରମ୍ଭ ହୋଇଛି ରାଜନୀତି। ଏବଂ ମାମଲାରେ ବଡ଼ ଖୁଲାସା କରିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ।ସେ କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାଁ ଉଠାଇଛନ୍ତି। ସେ କହିଛନ୍ତି ଜଣେ ପୂର୍ବତନ ମନ୍ତ୍ରୀଙ୍କ ଛତ୍ର ଛାୟା ତଳେ ରହି କଳା ସାମାଜ୍ୟ ଚଳାଇଥିଲେ ହଂସିତା। ତେବେ କିଏ ସେ ନେତା ? କିଭଳି ସେ ହସିଂତାଙ୍କୁ ସୁଯୋଗ କରୁଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ପ୍ରଦୀପ ପୁରୋହିତଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । କହିଛନ୍ତି, ସରକାରରେ ଅଛନ୍ତି । କିଏ ଲିଙ୍କରେ ଥିଲେ ତଦନ୍ତ କରନ୍ତୁ। ଖାଲି ବିଜେଡି ନେତା ଏବଂ ମନ୍ତ୍ରୀଙ୍କ ନାଁରେ କହିବା ଅଭିଯୋଗ ଭିତ୍ତିହୀନ। ବିଜେଡିର କାହା ସହ ଲିଙ୍କ ନାହିଁ। ସେମାନେ ଖୋଜିକି କାଢନ୍ତୁ ବୋଲି ସେ କହିଛନ୍ତି ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.