ନୂଆଦିଲ୍ଲୀ: ସନ୍ଦେଶଖାଲି ଘଟଣାକୁ ନେଇ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ରାଜ୍ୟର ମମତା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଟିଏମସି ଗୁଣ୍ଡାମାନେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଉତ୍ପୀଡନ କରୁଛନ୍ତି । ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି, 'ଦେଶରେ କେବଳ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ସେହି ରାଜ୍ୟରେ ମହିଳାମାନେ ସବୁଠୁ ଅଧିକ ଅସୁରକ୍ଷିତ'। ସେ କହିଛନ୍ତି, 'ମମତା ବାନାର୍ଜୀ ଜୀ ମହିଳାମାନେ ୨୦୧୧ରେ ଆପଣଙ୍କୁ ଭୋଟ ଦେଇଥିଲେ । ସେମାନେ ବାମପନ୍ଥୀ ସରକାରରେ ଅସୁରକ୍ଷିତ ଅନୁଭବ କରୁଥିଲେ । କିନ୍ତୁ ଆପଣ ସେମାନଙ୍କ ବିଶ୍ୱାସକୁ ଭାଙ୍ଗିଛନ୍ତି'।
ବିଜେପି ସାଂସଦ କହିଛନ୍ତି, 'ସାରା ଦେଶ ଜାଣିଛି ସନ୍ଦେଶଖାଲିରେ କଣ ହୋଇଛି । ଜଣେ ମହିଳା ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି, ଅଥଚ ଆପଣ ଚୁପ୍ ଅଛନ୍ତି'। ସେ କହିଛନ୍ତି ଯେ ଟିଏମସି ଗୁଣ୍ଡା ପ୍ରଥମେ ମହିଳାଙ୍କ ଯୌନ ଶୋଷଣ କଲେ ଏବଂ ପରେ ସେମାନଙ୍କ ମଧ୍ୟ ଲୁଟି ନେଲେ । ମହିଳାମାନେ ସ୍ୱର ଉଠାଇବାରୁ ସେମାନଙ୍କ ଉପରେ ଅତ୍ୟାଚାର କରାଗଲା ।
wp:html/wp:html#WATCH | On the Sandeshkhali incident, BJP MP Locket Chatterjee says, "Mamata Banerjee has not given a single statement till now. Sheikh Shahjahan is still absconding. The police are not able to trace him. They (TMC) want 30% votes...we had heard about atrocities on women in… pic.twitter.com/KeyPCSwezq
— ANI (@ANI) February 19, 2024
ଲକେଟ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀ ଏହା ଉପରେ ଏବେ ସୁଦ୍ଧା କୌଣସି ବୟାନ ଦେଇ ନାହାନ୍ତି । ମୁଖ୍ୟ ଅଭିଯୁକ୍ତ ଶାହଜହାଁ ଶେଖ ଏବେ ବି ଫେରାର ଅଛି । ପୋଲିସ ତାକୁ ଧରି ପାରୁ ନାହିଁ । ପୋଲିସ ପ୍ରଶାସନ ବି ଟିଏମସି କାର୍ଯ୍ୟାଳୟ ହୋଇଛି, ଏଥିପାଇଁ କୌଣସି କେସ୍ ରୁଜୁ କରାଯାଉ ନାହିଁ । ଚାଟାର୍ଜୀ କହିଛନ୍ତି ଯେ ଏମାନେ ୩୦ ପ୍ରତିଶତ ଭୋଟ ଚାହୁଁଛନ୍ତି ଏଥିପାଇଁ ହିନ୍ଦୁ ମହିଳାଙ୍କ ଶିକାର କରୁଛନ୍ତି ଏବଂ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି ।
ପଢନ୍ତୁ: ସନ୍ଦେଶଖାଲି ମାମଲାରେ ଦିଦିଙ୍କୁ ଆଶ୍ବସ୍ତି; ସଂସଦୀୟ କମିଟି ନିଷ୍ପତ୍ତି ଉପରେ ‘ସୁପ୍ରିମ’ ରୋକ୍