ଦୁଇଟି ପ୍ରସଙ୍ଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ୍

Published By : Prameya-News7 Bureau | April 12, 2024 IST

ଭୁବନେଶ୍ବର ୧୨।୪: ଦୁଇଟି ପ୍ରସଙ୍ଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ୍ । ମୋ ସ୍କୁଲର ସମୀକ୍ଷା କରିବେ ବିଜେଡ଼ି କର୍ମୀ ! ଏଭଳି ଅଭିଯୋଗ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ । ଦଳ ଅଭିଯୋଗ କରିଛି ଯେ, ଏପ୍ରିଲ ୧୦ରେ ଚିଠି କରିଛନ୍ତି ରାଜ୍ୟ ସରକାର । ୯୩ ବ୍ଲକର ମୋ ସ୍କୁଲ ଗୁଡ଼ିକର ସମୀକ୍ଷା କରିବା ପାଇଁ ୯୩ ଜଣ କର୍ମଚାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । କିନ୍ତୁ ସମୀକ୍ଷା ପାଇଁ ବିଜେଡ଼ି କର୍ମୀମାନଙ୍କୁ ଭଲ୍ୟୁଣ୍ଟର ଭାବେ ନିୟୋଜିତ କରାଯାଇଛି ବୋଲି ସିଇଓଙ୍କ ନିକଟରେ ବିଜେପି ଅଭିଯୋଗ କରିଛି । 

ସେହିପରି ସୁନ୍ଦରଗଡ଼ ଏସଡିପିଓ ହିଂମାଶୁ ଶେଖର ବେହେରା ଏବଂ ଭସ୍ମା ଆଇଆଇସି ରାମ ପ୍ରସାଦ ନାଗଙ୍କ ବିରୁଦ୍ଧରେ ବିଜେଡ଼ି ପାଇଁ କାମ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ଏମାନେ ସରକାରୀ କର୍ମଚାରୀ ହୋଇଥିବା ସତ୍ତ୍ୱେ ବିଜେଡିର କର୍ମୀ ଭଳି ଦଳ ପାଇଁ କାମ କରୁଛନ୍ତି ବୋଲି ସିଇଓଙ୍କୁ ଭେଟି ଅଭିଯୋଗ କରିଛି ବିଜେପି । ଉଭୟ ପୋଲିସ ଅଧିକାରୀ ବିଜେପି କର୍ମୀ ମାନଙ୍କୁ ଧମକ ଦେଉଥିବା ନେଇ ଅଭିଯୋଗ କରିଛି ଦଳ । ଯଦି ବିଜେପି ପାଇଁ କାମ କରିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଉଛନ୍ତି ଆଇଆଇସି ଓ ଏସଡିପିଓ । ଏପରିକି ଭସ୍ମାରେ ୪୦ ଜଣ କର୍ମୀଙ୍କ ନାଁରେ ମିଛ ମୋକଦ୍ଦମା କରାଯାଇଛି । ତେଣୁ ଏହି ଅଫିସର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେପି ।

You Can Read:

ବିଜେଡି ମିଶ୍ରଣ ପର୍ବ : ବିଜେଡିରେ ସାମିଲ ହେଲେ ବିଜେପିରୁ ଲଢିଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସମର୍ଥକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.