କାନାରା ବ୍ୟାଙ୍କ୍ ମ୍ୟାନେଜର ନିଖୋଜ, ଥାନାରେ ଅଭିଯୋଗ

Published By : Prameya-News7 Bureau | September 26, 2023 IST

ଆଠଗଡ ୨୬।୯: ବ୍ୟାଙ୍କ ମ୍ୟାନେଜର ନିଖୋଜ ନେଇ ଥାନାରେ ଅଭିଯୋଗ । କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଖୋଜ ମ୍ୟାନେଜର ବଡମ୍ବା କାନାରା ବ୍ୟାଙ୍କର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ନିଖୋଜ ନେଇ ଅଭିଯୋଗ ହୋଇଛି । ବ୍ରାଞ୍ଚ ମ୍ୟାନେଜର ତପନ ସାହୁ ନିଖୋଜ ଅଛନ୍ତି । ଏ ନେଇ ବୈଦେଶ୍ବର ଥାନାରେ ଏତଲା ଦିଆଯାଇଛି । ତପନଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ । ସୋମବାର ସେ ବାଙ୍କୀ କଳାପଥରରୁ ବଡ଼ମ୍ବା ଆସୁଥିବା ସମୟରେ ବାଟରେ କେଉଁଠି ନିଖୋଜ ହୋଇଯାଇଛନ୍ତି । ତାଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଏନେଇ ପରିବାର ପକ୍ଷରୁ ବୈଦେଶ୍ୱର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ।

You Can Read :

wp:embed {"url":"https://www.prameyanews7.com/miscreants-looted-ganesh-idol-from-pandal-in-kantabanji/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-looted-ganesh-idol-from-pandal-in-kantabanji/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.