ପ୍ରବଳ ବର୍ଷାରେ ବେହାଲ ରାଜଧାନୀ : ଇସ୍କନ ମନ୍ଦିର ସମ୍ମୁଖରେ ବୁଡ଼ିଲା କାର୍, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | August 22, 2024 IST

ଭୁବନେଶ୍ବର ୨୨: ବର୍ଷାରେ ବୁଡିଲା କାର୍ । ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । କିଛି ସମୟର ବର୍ଷା ଯୋଗୁଁ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । 

ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ  ଗୋଟିଏ ଅଟୋ ଓ ଏକ କାର୍‌ରେ ଯାଉଥିବା ଏକ ପରିବାର ପାଣି ଭିତରେ ରହି ଯାଇଥିଲେ । ବର୍ଷା ପାଣିରେ କାର୍ ବୁଡିଯିବା ଯୋଗୁ କାର୍ ଖରାପ ହୋଇଯିବା ସହ ଷ୍ଟାର୍ଟ ବି ବନ୍ଦ ହୋଇଯାଇଥିଲା । ଫଳରେ ପାଣି ଭିତରେ କିଛି ସମୟ ଫସି ରହି ଯାଇଥିଲେ । ସେପଟେ ବହୁ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅସରାଏ ବର୍ଷାରେ ଇସ୍କନ ସମ୍ମୁଖରେ ଜମିବା ଘଟଣାକୁ ନେଇ ନିନ୍ଦା କରିଛନ୍ତି ରାଜଧାନୀବାସୀ । ଡ୍ରେନେଜ ବ୍ୟବସ୍ଥା ସହ ଅସୁବିଧାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଲୋକ । ସବୁବେଳେ ଏହି ସ୍ଥାନରେ ପାଣି ଜମିଲେ ବି ସ୍ଥାୟୀ ସମାଧାନ ବାହାରି ପାରୁନି । କିଛି ସ୍ଥାନୀୟ ଯୁବକ ଗାଡିକୁ ଠେଲି ଠେଲି ରାସ୍ତା କଡ଼କୁ ନେଇଥିଲେ ।

You Can Read:

ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ୍‌ରୁ ମିଳିଲା ବିଡ଼ା ବିଡା ଟଙ୍କା, କାର୍ ଡୋର୍‌ରୁ ୪ ଲକ୍ଷର ବିଡ଼ା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.