ତାମିଲ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ‘ଭାରତୀୟ ଭାଷା ଉତ୍ସବ’ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 11, 2024 IST

ଭୁବନେଶ୍ବର ୧୧।୧୨: ତାମିଲ୍ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ‘ଭାରତୀୟ ଭାଷା ଉତ୍ସବ’ ପାଳନ କରାଯାଉଛି । ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ । ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଆୟୋଜିତ ଏହି ଭାଷା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଇଂରାଜୀ ଭାଷା ଲିଙ୍କ୍ ଲାଙ୍ଗୁଏଜ୍ ହୋଇପାରେ, କିନ୍ତୁ ମାତୃଭାଷାର ବିକଳ୍ପ ହୋଇପାରିବ ନାହିଁ । ଆଜିକାଲି ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନକରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି । ଇଂରାଜୀ ମିଡିଅମ୍‌ରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓଡିଆ ଭାଷା ପଢିବାରେ ଅକ୍ଷମ। ଏହା ଦୁଃଖର ବିଷୟ । 

ଇଂରାଜୀ ଓ ହିନ୍ଦୀ ଆମ ପାଇଁ ଏକ ଲିଙ୍କ ଲାଙ୍ଗୁଏଜ୍ ହୋଇପାରେ । କିନ୍ତୁ, ଏହା କେବେ ଆମ ମାତୃଭାଷାର ବିକଳ୍ପ ହୋଇ ପାରିବ ନାହିଁ। ତେଣୁ, ରାଜ୍ୟ ସରକାର ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବଦେଇ କାମ ଆରମ୍ଭ କରିଛନ୍ତି। ସରକାରୀ ଫାଇଲ୍‌କୁ ଓଡିଆ ଭାଷାରେ କରିବା ପାଇଁ ଦୃଢ ନିର୍ଦ୍ଦେଶ ଦିଆଯାଇଛି। ଅନେକ ବିଭାଗରେ ଓଡିଆ ଭାଷାରେ ଫାଇଲ୍‌ କାମ ଆରମ୍ଭ ମଧ୍ୟ ହେଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ତାଙ୍କ ଜୟନ୍ତୀରେ ଆମେ ରାଜ୍ୟସ୍ତରରେ ଭାରତୀୟ ଭାଷା ଉତ୍ସବ ଭାବେ ପାଳନ କରୁଛୁ । ଏହା କେବଳ ଏକ ଉତ୍ସବ ନୁହେଁ, ଆମ ସଂସ୍କୃତି ଏବଂ ଗୌରବର ପ୍ରତୀକ । ଭାଷାଭିତ୍ତିକ ବିବିଧତା ହେଉଛି ଆମର  ସର୍ବଶ୍ରେଷ୍ଠ ଶକ୍ତି  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଏହାକୁ କାୟ ମନୋବାକ୍ୟରେ ଅନୁସରଣ କରି ଆମେ ଆଗକୁ ଯିବାର ସ୍ବପ୍ନ ଦେଖିବା ହିଁ ଆଜିର ଆବଶ୍ୟକତା। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ବର୍ଗତ ଭାରତୀ ଯଦିଓ ତାମିଲ ସାହିତ୍ୟକୁ ନିଜ ପ୍ରତିଭା ବଳରେ ନିଜ ସାରସ୍ଵତ ସାଧନାରେ ଉଦ୍‌ବୁଦ୍ଧ କରିଛନ୍ତି, ସେ ଅନ୍ୟାନ୍ୟ ଭାରତୀୟ ଭାଷାକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି। ସେ ନିଜର ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରୁଥିଲେ। ସମାନତା, ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଜରିଆରେ ଏକ ପ୍ରଗତିଶୀଳ ଭାରତ ଗଠନ ପାଇଁ ଉଦ୍ୟମ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

You Can Read:

ଟେଣ୍ଡର ପାଇଁ ୧୦ଲକ୍ଷ ଟଙ୍କା କାରବାର ଘଟଣା : ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ, ଆୟକର ବିଭାଗର ତଦନ୍ତ ଆରମ୍ଭ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.