ଭୁବନେଶ୍ବର ୧୧।୧୨: ଟେଣ୍ଡର ନାଁରେ ୧୦ ଲକ୍ଷ ଟଙ୍କା କାରବାର ଘଟଣାରେ ଦ୍ଵିତୀୟ ଥର ପାଇଁ ତିନି ଅଭିଯୁକ୍ତ ରିମାଣ୍ଡରେ ଗଲେ । ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣାଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ୧୦ ଦିନ ରିମାଣ୍ଡରେ ନେବା ପାଇଁ ସିବିଆଇ ଆବେଦନ କରିଥିଲା । ୫ ଦିନ ଅନୁମତି ଦେଲେ ସିବିଆଇ ସ୍ଵତନ୍ତ୍ର କୋର୍ଟ ।
ମିଡିଲ ମ୍ୟାନ୍ ଦେବଦତ୍ତ ମହାପାତ୍ର ସିବିଆଇ କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ । ସିବିଆଇ କୋର୍ଟ ଦେବଦତ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ସେପଟେ ଦେବଦତ୍ତଙ୍କ ଭାଇ କହିଛନ୍ତି, ସେ ନିର୍ଦ୍ଦୋଷ । ତାଙ୍କର ଏହି କାରବାରରେ କୌଣସି ଭୂମିକା ନାହିଁ । ସିବିଆଇକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ।
ଅନ୍ୟପଟେ ଏହି ଘଟଣାରେ ସିବିଆଇ ପରେ ଆଇଟି ତଦନ୍ତ । ସିବିଆଇ ପରେ ଆୟକର ବିଭାଗର ତଦନ୍ତ ଆରମ୍ଭ କରିଛି । ଗିରଫ ୩ ଅଭିଯୁକ୍ତଙ୍କୁ ନେଇ ଆୟକର ବିଭାଗ ତଦନ୍ତ କରୁଛି । ସିବିଆଇ ନିକଟରୁ ତଥ୍ୟ ନେଇ ଟିକସ ଫାଙ୍କିବା ଉପରେ ଆୟକର ବିଭାଗ ତଦନ୍ତ କରୁଛି । ସିବିଆଇ ଜବତ କରିଥିବା କାଗଜପତ୍ରକୁ ଯାଞ୍ଚ କରୁଛି ଆୟକର ବିଭାଗ ଟିମ୍ । ତିନି ଅଭିଯୁକ୍ତଙ୍କ କଳାଧନର ଗୁମର ଖୋଲିବାକୁ ଚେଷ୍ଟା କରୁଛି ବିଭାଗ ।
You Can Read:
୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ବିଧାନସଭାର ଶୀତ ଅଧିବେଶନ