ଚିପିଲିମା ଫାଣ୍ଡିରେ ଆଦିବାସୀ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ଫାଣ୍ଡି ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | July 07, 2024 IST

ସମ୍ବଲପୁର ୭।୭: ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡିରେ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ଚିପିଲିମା ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ । ଗଙ୍ଗାଧରଙ୍କୁ ନିଲମ୍ବନ କଲେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ । ଏନେଇ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଆଦିବାସୀ ଯୁବକଙ୍କୁ ଫାଣ୍ଡିରେ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଥିଲା । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡିରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଚିପିଲିମା ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ବ୍ଯାଟେରୀ ଚୋରି ଅଭିଯୋଗରେ ନିର୍ଧୁମ ମାଡ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପିଡିତଙ୍କ ମା’ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ଟ୍ରାକ୍ଟର ବ୍ଯାଟେରୀ ଚୋରି ଅଭିଯୋଗରେ ସାହାଜବାହାଲ ଗ୍ରାମର ରାଜେଶ ମିର୍ଦ୍ଧାଙ୍କୁ ଚିପିଲିମା ଫାଣ୍ଡିକୁ ଉଠାଇ ନେଇଥିଲା ପୋଲିସ । ସେଠାରେ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ଓ ସାଥି କର୍ମଚାରୀ ରାଜେଶଙ୍କୁ ନିର୍ଧୁମ ମାଡ ମାରି ରକ୍ତାକ୍ତ କରି ସାଦା କାଗଜରେ ଦସ୍ତଖତ ନେଇଥିଲେ । ଏହାପରେ ଛାଡି ଦେଇଥିଲେ । ଫଳରେ ରାଜେଶଙ୍କ ମା’ ସୁବାସିନୀ ମିର୍ଦ୍ଧା ପୁଅର ଅବସ୍ଥା ଦେଖି ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ସୁବାସିନୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ ।

You Can Read:

ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ; ତିନି ରଥରେ ସ୍ଥାପନା ହେଲା କଳସ ଓ ଧ୍ବଜା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.