ଭୁବନେଶ୍ବର ୫।୧୦: ଦୁଇ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଆସନ୍ତା ଅକ୍ଟୋବର ୭ ତାରିଖ ଏବଂ ଅକ୍ଟୋବର ୧୪ ତାରିଖ (ଉଭୟ ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟଥିବାରୁ ଓ ୧୪ ତାରିଖ ଦିନ ଦୁର୍ଗାପୂଜା ଭସାଣି ରହିଛି । ତେଣୁ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି ବନ୍ଦ ରହିବ । ଏକ ବିଜ୍ଞପ୍ତି ପ୍ରକାଶ କରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
You Can Read:
ଜାରିଙ୍ଗ ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା : ଡିଏଫଓଙ୍କୁ ମାରାଥନ୍ ଜେରା