ମହାନଦୀ ହେଉ କି କୋଟିଆ ଅବା ପୋଲାଭରମ୍ ଏସବୁ ବିବାଦର ତୁରନ୍ତ ସମାଧାନ ଦରକାର : ତାରା ବାହିନୀପତି

Published By : Prameya-News7 Bureau | July 19, 2024 IST

ଜୟପୁର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ତେବେ ଏହି ଅଧିବେଶନରେ ପଡୋଶୀ ରାଜ୍ୟ ଗୁଡିକ ସହ ଦୀର୍ଘ ବର୍ଷ ହେବ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଦାବି କରିବ କଂଗ୍ରେସ । ମହାନଦୀ ହେଉକି କୋଟିଆ ଅବା ପୋଲାଭରମ । ଏସବୁ ବିବାଦର ତୁରନ୍ତ ସମାଧାନ ହେବା ଦରକାର । ଏବେ ଛତିଶଗଡ଼ ସମେତ ଓଡିଶାରେ ବିଜେପି ସରକାର ଥିବା ବେଳେ ଆନ୍ଧ୍ର ଓ କେନ୍ଦ୍ରରେ ଏନଡିଏ ସରକାର ରହିଛି । ତେଣୁ ବିଜେପି ସବୁ ବେଳେ ଡବଲ ଇଞ୍ଜିନ ସରକାର କହୁଥିବା ବେଳେ ସେମାନଙ୍କ ପାଖରେ ଟ୍ରିପଲ ଇଞ୍ଜିନ ସରକାର ରହିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସର୍ବଦଳୀୟ କମିଟି ଗଠନ ହେଉ ଓ ସମୟ ମଗାଯାଉ ବୋଲି କଂଗ୍ରେସ ଦାବି କରିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସେମିତି ବେକାରୀ ଓ ଦାଦନ ସମସ୍ୟା ପ୍ରସଙ୍ଗ ମଧ୍ୟ ଆସନ୍ତା ବିଧାନସଭା ଅଧିବେଶନରେ ଉଠିବ ବୋଲି ତାରା କହିଛନ୍ତି ।

You Can Read:

ଦରମା ବିଲ୍‌ରେ ଦସ୍ତଖତ କରିବାକୁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.