ଶନିବାର ବାଲେଶ୍ବରରେ ୯ ଘଣ୍ଟା କର୍ଫ୍ୟୁ କୋହଳ, ଇଣ୍ଟରନେଟ୍ ସେବା ବନ୍ଦ ରହିବ

Published By : Prameya-News7 Bureau | June 21, 2024 IST

Breaking_1

ବାଲେଶ୍ବର ୨୧।୬: ଧୀରେ ଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର ସହରର ସ୍ଥିତି । ଶନିବାର ସକାଳ ୫ଟାରୁ ଦିନ ୨ଟା ପର୍ଯ୍ଯନ୍ତ କର୍ଫ୍ୟୁ କୋହଳ । ଏ ନେଇ ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକେର । ଇଣ୍ଟରନେଟ୍ ସେବା ବନ୍ଦ ରହିବ । କେବଳ ଲ୍ୟାଣ୍ଡଲାଇନ ଓ ଲିଜ ଲାଇନ ଇଣ୍ଟରନେଟ୍ ରହିବ ।

ବାଲେଶ୍ବର ସହରର ଟାଉନ ଥାନା ଓ ସହଦେବଖୁଣ୍ଟା ଥାନା ଅଂଞ୍ଚଳରେ ବଳବତ୍ତର ରହିବ । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ଗୋଷ୍ଠୀ ସଂଘର୍ଷରେ ମୋଟ୍ ୬୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଶାନ୍ତି ଫେରାଇବା ପାଇଁ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରୁଛି ଜିଲ୍ଲା ପ୍ରଶାସନ ।

ଗୁରୁବାର ୪ ଘଣ୍ଟା କର୍ଫ୍ୟୁ କୋହଳ ହୋଇଥିବା ବେଳେ ଶୁକ୍ରବାର ୬ ଘଣ୍ଟା କର୍ଫ୍ୟୁ କୋହଳ ହୋଇଥିଲା I

You Can Read :

ଭିଜିଲାନ୍ସ ଜାଲରେ RI ଓ ARI, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.