ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍କୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ଏସବିଆଇ ସୁପ୍ରିମକୋର୍ଟଙ୍କୁ ସମସ୍ତ ଡାଟା ପ୍ରଦାନ କରିଛନ୍ତି । ଏହାକୁ ନିର୍ବାଚନ କମିଶନ ନିର୍ବାଚନ ଆୟୋଗ ଓ୍ବେବସାଇଟରେ ଅପଲୋଡ୍ କରିଛନ୍ତି । ତେବେ ତାଲିକାରେ ନିର୍ବାଚନୀ ବଣ୍ଡ ଗୁମର ଖୋଲିଛି । ହାଇଦ୍ରାବାଦ ବେସ୍ କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଏଲଟିଡି ବା ମେଲ୍ ଭାରତୀୟ ଜନତା ପାର୍ଟିକୁ ସର୍ବଧିକ ଚାନ୍ଦା ଦେଇଛି । ବିଜେପି ମେଲ୍ ୫୮୪ କୋଟି ଟଙ୍କା ନିର୍ବାଚନୀ ବଣ୍ଡ୍ ପ୍ରଦାନ କରିଛି । ଯାହା କମ୍ପାନୀ ଦାନ କରିଥିବା ମୋଟ୍ ଚାନ୍ଦାର ୬୦ ପ୍ରତିଶତ । ଖାଲି ବିଜେପି ନୁହେଁ ଅନ୍ୟ ରାଜନୈତିକ ଦଳ ମାନଙ୍କୁ ମଧ୍ୟ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍ଚର ଏଲଟିଡି ଇଲେକ୍ଟୋରାଲ୍ ବଣ୍ଡ ଦାନ କରିଛି ।
ଭାରତ ରାଷ୍ଟ୍ର ସମିତିକୁ ମେଘା ଇଞ୍ଜିନିୟରିଂ ୧୯୫ କୋଟିର ନିର୍ବାଚନୀ ଚାନ୍ଦା ପ୍ରଦାନ କରିଛି। ସେହିପରି ଡିଏମକେକୁ ୮୫ କୋଟି ଟଙ୍କା ଅର୍ଥାତ୍ ୮.୮ ପ୍ରତିଶତ ବଣ୍ଡ୍ ଦାନା ଆକାରରେ ଦେଇଛି । ଏହାର ସବ୍ସିଡାରୀ କମ୍ପାନୀ ଓ୍ବେଷ୍ଟର୍ଣ୍ଣ ୟୁପି ପାଓ୍ବାର ଟ୍ରାନ୍ସମିଶନ କମ୍ପାନୀ ଏଲଟିଡି ୧୧୦ କୋଟିର ନିର୍ବାଚନୀ ବଣ୍ଡ୍ କଂଗ୍ରେସକୁ ନିର୍ବାଚନୀ ଚାନ୍ଦା ଆକାରରେ ଦେଇଛି । ସେହିପରି ବିଜେପିକୁ ୮୦ କୋଟିର ଚାନ୍ଦା ଦେଇଛି । ଯାହା ନିର୍ବାଚନ ଆୟୋଗ ଜାରି କରିଥିଲା ଇଲୋକ୍ଟୋରାଲ୍ ବଣ୍ଡ୍ ତଥ୍ୟରୁ ସାମ୍ନାକୁ ଆସିଛି ।
ମୋଟ୍ ୧୮ଟି କମ୍ପାନୀ ବିଜେପିକୁ ସର୍ବାଧିକ ନିର୍ବାଚନୀ ବଣ୍ଡ୍ ପ୍ରଦାନ କରିଛନ୍ତି । ସେହିପରି ଲଟେରୀ କିଙ୍ଗ ସାଣ୍ଟିଆଗୋ ମାର୍ଟିନଙ୍କ ଫ୍ୟୁଚର ଗେମିଂ ଏବଂ ହୋଟେଲ୍ ସର୍ଭିସ୍ ସର୍ବାଧିକ ଚାନ୍ଦା ଦାତା । ସେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସକୁ ୫୪୨ କୋଟିର ବଣ୍ଡ୍ ପ୍ରଦାନ କରିଛନ୍ତି । ସେହିପରି ବିଜେପି, ଡିଏମକେ ଓ ଓ୍ବାଇଏସଆର୍ କଂଗ୍ରେସକୁ ମଧ୍ୟ ଚାନ୍ଦା ଦେଇଛି ଲଟେରୀ କିଙ୍ଗ୍ ସାଣ୍ଟିଆଗୋ ମାର୍ଟିନଙ୍କ କମ୍ପାନୀ ।
ସେହିପରି କ୍ବିକ୍ ସପ୍ଲାଏ ଚେନ୍ ପ୍ରାଇଭେଟ୍ ଲିମିଟେଡ୍ ତୃତୀୟ ସର୍ବାଧିକ ଦାନ କରିଥିବା କମ୍ପାନୀ । ସେ ବିଜେପିକୁ ୩୭୫ କୋଟିର ଚାନ୍ଦା ଦେଇଥିବା ବେଳେ ଶିବସେନାକୁ ୨୫ କୋଟି ଟଙ୍କା ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ପ୍ରଦାନ କରିଛି । ହଳଦିଆ ଏନର୍ଜି ତୃଣମୂଳ କଂଗ୍ରେସ ପାଇଁ ୨୮୧ କୋଟିର ବଣ୍ଡ୍ କିଣିଛି । ସେହିପରି ନିର୍ବାଚନୀ ଚାନ୍ଦା ମାଧ୍ୟମରେ ୮୧ କୋଟି ଟଙ୍କା ବିଜେପିକୁ ଦାନ କରିଛି । ବେଦାନ୍ତ ଏଲଟିଡି ଭାରତୀୟ ଜନତା ପାର୍ଟିକୁ ୨୨୯ କୋଟିର ନିର୍ବାଚନୀ ବଣ୍ଡ୍ ଦାନ କରିଥିବା ବେଳେ ଜାତୀୟ କଂଗ୍ରେସ ପାଇଁ ୧୨୫ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ କିଣିଛି ।