ନୂଆଦିଲ୍ଲୀ ୦୧।୦୬: ବିଶ୍ବ ଧନୀ ତାଲିକାର ଶୀର୍ଷକୁ ଉଠିଲେ ଟେସଲା ସିଇଓ । ବିଶ୍ବର ୧ ନମ୍ବର ଧନୀ ହେଲେ ଏଲନ ମସ୍କ । ଏହି ଦୌଡର ପ୍ରଥମରେ ଥିବା ବର୍ଣ୍ଣାଡ ଆର୍ନାଲ୍ଟଙ୍କୁ ପକାଇଛନ୍ତି ପଛରେ । ଗତ ୨୪ ଘଣ୍ଟା ମଧ୍ୟରେ ଏଲୋନ୍ ମସ୍କଙ୍କ ମୋଟ ସମ୍ପତ୍ତି ୧.୯୮ ବିଲିୟନ ଡଲାର ବୃଦ୍ଧି ପାଇଛି । ଏଥିସହିତ ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାଡ୍ ଆର୍ନାଲ୍ଟ୫.୩୫ ବିଲିୟନ ଡଲାରର ବ୍ୟାପକ କ୍ଷତି ସହିଛନ୍ତି ।
{"id":796157,"width":841,"height":472,"sizeSlug":"full","linkDestination":"none"}ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଏଲୋନ୍ ମସ୍କଙ୍କ ନିଟ୍ ମୂଲ୍ୟରେ ୧.୯୮ ବିଲିୟନ ଡ଼ଲାର୍ ବୃଦ୍ଧି ହେବା ପରେ ଏହା ୧୯୨ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ସମ୍ପତ୍ତିରେ ଅଭିବୃଦ୍ଧି ହେତୁ ସେ ଦୁଇ ନମ୍ବରରୁ ଅରବପତି ତାଲିକାର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ, ଆର୍ନାଲ୍ଟଙ୍କ ୫.୨୫ ବିଲିୟନ ଡ଼ଲାର ହ୍ରାସ ହେବା ପରେ ତାଙ୍କର ମୋଟ ସମ୍ପତ୍ତି ୧୮୭ ବିଲିୟନ ଡ଼ଲାରକୁ ଖସି ଆସିଛି । ସେ ଏବେ ବିଶ୍ବ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
{"id":796158,"width":840,"height":635,"sizeSlug":"full","linkDestination":"none"}ଖବର ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ବର୍ନାର୍ଡ ଆର୍ନାଲ୍ଟଙ୍କ ନିଟ୍ ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ତାଙ୍କୁ ୨୪ ଘଣ୍ଟାରେ ୧୧.୨ ବିଲିୟନ ଡ଼ଲାର ବା ପ୍ରାୟ ୯୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏହି କାରଣରୁ ତାଙ୍କର ନିଟ୍ ମୂଲ୍ୟ ୨୦୦ ବିଲିୟନ ଡଲାରରେ ପହଞ୍ଚିଥିଲା। ଆଉ ଏବେ ଆହୁରି ଖସିଛି ତାଙ୍କର ମୋଟ ସମ୍ପତ୍ତି । ଯାହା ତାଙ୍କ ମୁଣ୍ଡରୁ ଛଡେଇ ନେଇଛି ନମ୍ବର ୧ଧନୀ ମୁକୁଟ ।
{"id":796166,"width":837,"height":419,"sizeSlug":"full","linkDestination":"none"}ମସ୍କ ଏବଂ ଆର୍ନାଲ୍ଟଙ୍କ ବ୍ୟତୀତ ବିଶ୍ବ ଧନୀ ତାଲିକାର ତୃତୀୟରେ ରହିଛନ୍ତି ଆମାଜନର ଜେଫ୍ ବେଜୋସ୍ । ସେ ୧୪୪ ବିଲିୟନ ଡଲାର ସହ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ଏହା ପଛକୁ ଅର୍ଥାତ୍ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ହେଉଛନ୍ତି ମାଇକ୍ରୋସଫ୍ଟର ବିଲ୍ ଗେଟ୍ସ । ତାଙ୍କ ସମ୍ପତ୍ତି ୧୨୫ ବିଲିୟନ ଡ଼ଲାର ଥିବାବେଳେ ଲ୍ୟାରି ଏଲିସନଙ୍କ ୧୧୮ ବିଲିୟନ ଡଲାର ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।
{"id":796167,"width":840,"height":630,"sizeSlug":"full","linkDestination":"none"}୧୧୪ ବିଲିୟନ ଡଲାର୍ ସହିତ ଧନୀ ତାଲିକାର ଷଷ୍ଠରେ ଅଛନ୍ତି ଷ୍ଟିଭ୍ ବଲମେର୍ ଏବଂ ୱାରେନ୍ ବଫେଟ୍ ୧୧୨ ବିଲିୟନ ଡଲାର ସମ୍ପତ୍ତି ସହିତ ବିଶ୍ୱର ଧନୀମାନଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ଲ୍ୟାରି ପେଜ୍ ୧୧୧ ବିଲିୟନ ଡ଼ଲାର୍ ସହିତ ଅଷ୍ଟମ, ୧୦୬ ବିଲିୟନ ଡ଼ଲାର୍ ସହିତ ସର୍ଗେଇ ବ୍ରିନ୍ ନବମ ସ୍ଥାନରେ ଏବଂ ମାର୍କ ଜୁକରବର୍ଗ ୯୬.୫ ବିଲିୟନ ଡ଼ଲାର୍ ସହିତ ଦଶମ ସ୍ଥାନରେ ଅଛନ୍ତି ।
{"id":796160,"width":837,"height":633,"sizeSlug":"full","linkDestination":"none"}ତେବେ ଭାରତୀୟ ଶିଳ୍ପପତିମାନଙ୍କ ବିଷୟରେ କହିବାକୁ ଗଲେ ବିଶ୍ବ ଧନୀ ତାଲିକାର ଟପ୍-୨୦ରେ ଅଛନ୍ତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀ । ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ୮୪.୭ ବିଲିୟନ ଡ଼ଲାର୍ ସହିତ ଦୁନିଆର ୧୩ତମ ଧନୀ ବ୍ୟକ୍ତି ଅଟନ୍ତି ଏବଂ ଗୌତମ ଆଦାନୀ ୬୧.୩ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ୧୯ ତମ ସ୍ଥାନରେ ଅଛନ୍ତି ।
You Can Read:
wp:embed {"url":"https://www.prameyanews7.com/lpg-cylinder-cng-png-price-hike/","type":"wp-embed","providerNameSlug":"prameya-news-7"} /wp:embed