ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର

Published By : Prameya-News7 Bureau | June 16, 2024 IST

ଅନୁଗୋଳ ୧୬।୬: ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର । ଅନୁଗୋଳ ଜରପଡା ବନାଞ୍ଚଳ ଉଗୀ ପଞ୍ଚାୟତର ଲେମ୍ବୁ ତଇଳା ନିକଟରୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜରପଡା ବନାଞ୍ଚଳ ଉଗୀ ପଞ୍ଚାୟତର ଲେମ୍ବୁ ତଇଳା ନିକଟରୁ ଏକ ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର ହୋଇଛନ୍ତି । ଗ୍ରାମବାସୀଙ୍କ ଠାରୁ ବନ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଜେସିବି ସାହାଯ୍ୟରେ ମାଟି ଖୋଳି ରାସ୍ତା ବାହାର କଲା ପରେ ମା’ ହାତୀ ବହୁ କଷ୍ଟରେ ଉପରକୁ ଉଠି ଆସିଥିଲା । କିନ୍ତୁ ଛୁଆ ହାତୀ କୂଅରେ ରହି ଯାଇଥିଲା । ତାକୁ ଜେସିବି ସାହାଯ୍ୟରେ ମାଟି ଖୋଳି ମଧ୍ୟ ଉଦ୍ଧାର କରାଯାଇଛି । ପ୍ରାୟ ଦୁଇ ଘଣ୍ଟା ଜଙ୍ଗଲ ମଧ୍ୟରେ ନିରାପଦ ସହ ଅପରେସନ କରି ଅନୁଗୋଳ ବନ ବିଭାଗ ମା’ ଓ ଛୁଆ ହାତୀକୁ ଉଦ୍ଧାର କରିଛନ୍ତି । ପରେ ଏହି ମା’ ଓ ଛୁଆ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା ଜଙ୍ଗଲ ବିଭାଗ ସୂଚନା ଦେଇଛନ୍ତି ।

You Can Read :

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.