NH କଡରେ ପାର୍କିଂ ଭାରିଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଚାଲାଣ କାଟି ଫାଇନ୍ ଆଦାୟ କଲା ପରିବହନ ବିଭାଗ

Published By : Prameya-News7 Bureau | July 11, 2024 IST

ଝାରସୁଗୁଡା ୧୧: ଜାତୀୟ ରାଜପଥ କଡରେ ପାର୍କିଂ କରୁଥିବା ଭାରିଯାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇଛି ପରିବହନ ବିଭାଗ ଓ ପୋଲିସ । ଝାରସୁଗୁଡା ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍ ୱେ କଡରେ ବେଆଇନ ପାର୍କିଂ କରି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇବା ସହ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛନ୍ତି ଭାରିଯାନ । ଲଗାତାର ଭାବେ ବିଭିନ୍ନ ଶିଳ୍ପ ସଂସ୍ଥା, ଖଣି କର୍ତ୍ତୃପକ୍ଷ, ଟ୍ରକ ମାଲିକ ସଙ୍ଘକୁ ଚେତାଇବା ପରେ ମଧ୍ୟ ରାସ୍ତା କଡରେ ପାର୍କିଂ ଜାରି ରହିଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ବୁଧବାର ରାତିରେ ବଡମାଲ ପୋଲିସ ଓ ପରିବହନ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ୨୩ଟି ଭାରିଯାନକୁ ଇ-ଫାଇନ୍ କରି ଚାଲାଣ କାଟିଛନ୍ତି । ରାସ୍ତାକୁ ଖାଲି କରି ସର୍ବସାଧାରଣଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହି ଚଢ଼ାଉ ଜାରି ରହିବ ବୋଲି ଜିଲ୍ଲା ପରିବହନ ଅଧିକାରୀ କହିଛନ୍ତି ।

You Can Read:

ଆକ୍ଟିଭ ମୁ଼ଡ୍‌ରେ ଛତ୍ରପୁର ବିଧାୟକ : ଆହାର କେନ୍ଦ୍ରରେ ଖାଇଲେ, ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରି ମାନ ପରଖିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.