ବିଲରେ ହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | July 18, 2024 IST

ଝାରସୁଗୁଡା ୧୮: ବିଲରେ ହଳ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ l ଏଭଳି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଲଛିପାଲି ଭୀମଗୁଡି ଗ୍ରାମରେ l ମୃତ ଡ୍ରାଇଭର ଜଣକ ସମ୍ବଲପୁର ଜିଲ୍ଲାର ଲୋକେଶ କିରୋ ବୋଲି ଜଣାପଡିଛି l ରେଙ୍ଗାଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି l 

ସୂଚନାଯୋଗ୍ୟ ଯେ, ଡ୍ରାଇଭର ଲୋକେଶ କିରୋ ନିଜ ଶ୍ବଶୁର ଘର ଗାଁ ଜାମଗାଁ ଅଞ୍ଚଳରେ ରହି ଡ୍ରାଇଭର ହିସାବରେ କାର୍ଯ୍ୟ କରୁଥିଲେ l ବିଲରେ ଟ୍ରାକ୍ଟର ଚଲାଉଥିବା ବେଳେ ଏହା ଓଲଟି ଯିବାରୁ ଲୋକେଶଙ୍କ ମୃତ୍ୟୁ ହୋଇଛି l

You Can Read:

ଖାକିରେ ଲାଗିଲା ଦାଗ, ଗଞ୍ଜେଇ ଚାଲାଣ ବେଳେ ବାହାର ରାଜ୍ୟରେ ଧରାପଡିଲେ ବୌଦ୍ଧ ଟ୍ରାଫିକ୍ ASI

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.