ଖାକିରେ ଲାଗିଲା ଦାଗ, ଗଞ୍ଜେଇ ଚାଲାଣ ବେଳେ ବାହାର ରାଜ୍ୟରେ ଧରାପଡିଲେ ବୌଦ୍ଧ ଟ୍ରାଫିକ୍ ASI

Published By : Prameya-News7 Bureau | July 18, 2024 IST

ବୌଦ୍ଧ ୧୮।୭: ବୌଦ୍ଧ ଜିଲ୍ଲାର ପୋଲିସ ASIଙ୍କ ଖାକିରେ ଦାଗ ଲାଗିଛି । ଜିଲ୍ଲାର ପୁଣି ଜଣେ ପୋଲିସ ଅଧିକାରୀ ଗଞ୍ଜେଇ ଚାଲାଣ ବେଳେ ଗିରଫ ହୋଇଛନ୍ତି । କାର୍‌ରେ ଗଞ୍ଜେଇ ନେଇ ଛତିଶଗଡ ଚାଲାଣ କରୁଥିବା ବେଳେ ୭୦କେଜି ଗଞ୍ଜେଇ ସହିତ ଛତିଶଗଡ ପୋଲିସ ଦ୍ବାରା ଧରାପଡ଼ିଲେ ପୋଲିସ ASI । ଗିରଫ ପୋଲିସ ASI ଜଣକ ପୁରୁଣା କଟକ ଅଞ୍ଚଳର ଗଗନ ମେହେର । ଅନୁଗୋଳ ଜିଲ୍ଲା କୋଲିଆରି ଥାନାରେ କାର୍ଯ୍ୟରତ ଅଛନ୍ତି ଗଗନ । ତାଙ୍କ ସହିତ ଜଣେ ଡ୍ରାଇଭର ରବୀନ୍ଦ୍ର ଭୋକ୍ତା ମଧ୍ୟ ଗିରଫ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳର ଗଗନ ମେହେର ବୌଦ୍ଧ ସହରରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ବର୍ଷ ତାଙ୍କର କନେଷ୍ଟବଳରୁ ASI  ପଦୋନ୍ନତି ହୋଇଥିଲା । ସେ ଅନୁଗୋଳ ଜିଲ୍ଲା କୋଲିଆରି ଥାନାକୁ ଟ୍ରେନିଂ ପାଇଁ ବଦଳି ହୋଇଥିଲେ । ତେବେ ବୁଧବାର ସେ ଜଣେ ସହଯୋଗୀଙ୍କୁ ସାଙ୍ଗରେ ନେଇ ଏକ କାର୍‌ରେ ୭୦ କେଜି ଗଞ୍ଜେଇ ନେଇ ଛତିଶଗଡ ରାଜ୍ୟକୁ ଚାଲାଣ କରୁଥିବା ବେଳେ ଛତିଶଗଡ ପୋଲିସ ଉଭୟଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଗଞ୍ଜେଇ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଜିଲ୍ଲାରେ ପୂର୍ବରୁ ମଧ୍ୟ ବହୁ ପୋଲିସ ଅଧିକାରୀ ଏହିଭଳି ଭାବେ ଗଞ୍ଜେଇ କାରବାରରେ ସଂପୃକ୍ତ ରହିଥିବା ବେଳେ ବହୁ ଅଧିକାରୀ ଗଞ୍ଜେଇ ଚାଲାଣ ବେଳେ ଗିରଫ ମଧ୍ୟ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଗଞ୍ଜେଇର ଗଡ ପାଲଟିଥିବା ବେଳୋ ପୋଲିସ ଅଧିକାରୀ ମାନେ ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ ରହୁଛନ୍ତି ଏବଂ ଜିଲ୍ଲାର ପୋଲିସ ବିଭାଗକୁ ବଦନାମ କରୁଛନ୍ତି ।

You Can Read:

ପୁରୁଣା ଲୋନ୍ ବନ୍ଦ କରି ନୂଆ ଲୋନ୍ ନେବାକୁ ଦେଲେ ପରାମର୍ଶ, ୩୪ ହଜାର ଟଙ୍କା ନେଇଗଲେ ସାଇବର ଠକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.