ବଂଶଧାରା ନଦୀରେ ପ୍ରଥମ ବନ୍ୟାଜଳ, ସତର୍କ ସଙ୍କେତ ତଳେ ପ୍ରବାହିତ

Published By : Prameya-News7 Bureau | September 10, 2024 IST

ଗୁଣପୁର ୧୦।୯: ରାୟଗଡା ଜିଲ୍ଲା ଗୁଣପୁର ଠାରେ ବଂଶଧାରା ନଦୀରେ ପ୍ରଥମ ବନ୍ୟାଜଳ । ବଂଶଧାରା ନଦୀ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି । 

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ଗୁଣପୁର ଠାରେ ବଂଶଧାରା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି । ଗୁଣପୁରରେ ସତର୍କ ସଙ୍କେତ ୮୩ ମିଟର ଥିବାବେଳେ ବିପଦ ସଙ୍କେତ ୮୪ ମିଟର ରହିଛି । ସକାଳ ୭ଟା ସୁଦ୍ଧା ୮୨.୫୫ ମିଟର ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ଭୋର ୩ଟା ସମୟରୁ ଧୀରେ ଧୀରେ ବନ୍ୟାଜଳ ନଦୀରେ ବଢିବାରେ ଲାଗିଥିଲା । ଉପରମୁଣ୍ଡରେ ଅଧିକ ବର୍ଷା ହେବାରୁ ବଂଶଧାରା ନଦୀରେ ପାଣି ବଢିବାରେ ଲାଗିଥିଲା ବୋଲି ଜଣାପଡିଛି ।

You Can Read:

ବାଇକ୍‌କୁ ଅଟକାଇ ମୁଣ୍ଡରେ ଲଗାଇଲେ ବନ୍ଧୁକ, ନେଇଗଲେ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.