ମାଛ ଧରିବାକୁ ଯାଇ ଆଉ ଫେରିଲେନି ମତ୍ସ୍ୟଜୀବୀ, ମୃତ୍ୟୁକୁ ନେଇ ସନ୍ଦେହ

Published By : Prameya-News7 Bureau | September 29, 2024 IST

କୋଣାର୍କ ୨୯।୯: ଅସ୍ତରଙ୍ଗ ନୂଆଗଡ଼ ସାମୁଦ୍ରିକ ଥାନା ଜେଟୀ ନିକଟରେ ମାଛ ଧରା ଟ୍ରଲରରେ କାର୍ଯ୍ୟରତ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଗାଣ୍ଡୁଆ ବେହେରା ବୋଲି ଜଣାପଡିଛି । ଜେଟୀ ଅପର ପାର୍ଶ୍ଵରୁ ଉଦ୍ଧାର କଲା ନୂଆଗଡ଼ ପୋଲିସ । ତେବେ କିପରି ତାଙ୍କ ମୃତ୍ୟୁ ହେଲା ପୋଲିସ ତଦନ୍ତ ଜାରି ରଖିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ପରିବାର ଲୋକେ ମୃତ ଗାଣ୍ଡୁଆ ନିକଟରେ ପହଞ୍ଚି ନଥିବା ସୂଚନା ମିଳିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । 

ସମୁଦ୍ରରେ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ଅସ୍ତରଙ୍ଗ କାଳିଆକଣ ଗ୍ରାମର ଗାଣ୍ଡୁଆ ବେହେରା ଦୁଇ ଦିନ ତଳେ ଘରୁ ଯାଇଥିଲେ । ରବିବାର ସକାଳୁ ନୂଆଗଡ ସାମୁଦ୍ରିକ ଥାନା ନିକଟ ଜେଟୀର ଅପରପାର୍ଶ୍ୱରୁ ଗାଣ୍ଡୁଆଙ୍କ ମୃତଦେହ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ଗାଣ୍ଡୁଆଙ୍କ ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ଥିବା ବେଳେ ନୂଆଗଡ଼ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

You Can Read:

ବାରହା ଆକ୍ରମଣରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.