ପାରାଦୀପ ୯।୮: ଜଳପଥ ଦେଇ ଓଡିଶାକୁ ଆସିପାରନ୍ତି ବାଂଲାଦେଶୀ । ଏଥିପାଇଁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଥିବା ବେଳେ, ଏବେ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ମତ୍ସ୍ଯ ବିଭାଗ । ଓଡିଶାର ୪୮୦ କିଲୋମିଟର ବ୍ୟାପି ସମୁଦ୍ର ବେଳାଭୂମି ଏବେ ବଂଲାଦେଶୀ ଅପରାଧୀଙ୍କ ପାଇଁ ସବୁଠୁ ନିରାପଦ ସ୍ଥାନ ବୋଲି ବିବେଚନା କରାଯାଉଛି । ଡଙ୍ଗା କିମ୍ବା ବୋଟ୍ ସାହାଯ୍ଯରେ ଏହି ଅପରାଧୀମାନେ ସମୁଦ୍ରରେ ଓଡିଶା ସୀମାରେ ପ୍ରବେଶ କରିବା ସମ୍ଭାବନା ଅଧିକ । ତେଣୁ ଦିନରାତି ସମୁଦ୍ରରେ ରହୁଥିବା ମତ୍ସ୍ୟଜୀବୀ ମାନଙ୍କ ନଜରରେ ହିଁ ପ୍ରଥମେ ଏହି ଅନୁପ୍ରବେଶକାରୀ ପଡିବାର ସମ୍ଭାବନା ରହିଛି । ଏଥିପାଇଁ ମତ୍ସ୍ଯ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ରହୁଥିବା ପାରାଦୀପର ଷଣ୍ଡକୁଦ ବସ୍ତି, ନୂଆବଜାର ବସ୍ତି, ଚଉମୁହାଣି, ବାଲିପ୍ଲଟ ଓ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ପ୍ରଚାର କରାଯାଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଇଛି । ଯଦି ସମୁଦ୍ରରେ କୌଣସି ଅପରିଚିତ ବ୍ଯକ୍ତି, ଅନ୍ୟ ଦେଶର ଡଙ୍ଗା କିମ୍ବା ସେଭଳି କୌଣସି ସନ୍ଦେହଜନକ ସ୍ଥିତି ନଜରକୁ ଆସେ, ତେବେ କୋଷ୍ଟଗାର୍ଡ, ମେରାଇନ ପୋଲିସ କିମ୍ବା ମତ୍ସ୍ଯ ବିଭାଗକୁ ତୁରନ୍ତ ଖବର ଦେବାକୁ ପରାମର୍ଶ ଦିଆଯାଇଛି ।
You Can Read: