ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ୫ ଶିକାରୀ ଗିରଫ

Published By : Prameya-News7 Bureau | July 13, 2024 IST

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କୁଞ୍ଜାପାଲି ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l   କୁଞ୍ଜାପାଲି ଅଞ୍ଚଳରେ ବନବିଭାଗ ଟିମ   ରାତ୍ରି କାଳୀନ ପାଟ୍ରୋଲିଂ କରୁଥିଲେ l ସେହି ସମୟରେ କୁଞ୍ଜାପାଲି ଗାଁ ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର ଚାଲିଥିବା ବନ ବିଭାଗ ଖବର ପାଇଥିଲା l ରେଞ୍ଜର ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ଯାଲୋଏ ବନପାଲ ପ୍ରଦୀପ ଜେନା ଏବଂ ସ୍କ୍ୱାଡ୍ ଟିମ୍ ଚଢାଉ କରିଥିଲେ l ଚଢାଉ ସମୟରେ ସେଠାରୁ ୩ କେଜି ବାରହା ମାଂସ, ଗୋଟିଏ ଟାଙ୍ଗିଆ, ଦେଢ଼ କେଜି ବିଦ୍ୟୁତ ତାର ଏବଂ ଦୁଇଟି ବାଇକ୍ ଜବତ ସହ ବିଧି ପଧାନ, ଗୋପବନ୍ଧୁ ଛତ୍ରିଆ, ବିଜେ ମୁଣ୍ଡା, ଅଶୋକ ଛତ୍ରିଆ, ଜଗତ ପଧାନଙ୍କୁ ଗିରଫ କରିଥିଲେ l ଏନେଇ ଏକ ମାମଲା ୮୪/୨୪ ରୁଜୁ କରି ଅଭିଯୁକ୍ତ ମାନଙ୍କ ଡାକ୍ତରୀ ମାଇନା ପରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି  l

You Can Read:

ଜମିଜମା ବିବାଦ ଓ ପ୍ରେମ ବ୍ୟାପାରକୁ ନେଇ ସୁରଥ ନାୟକଙ୍କୁ ହତ୍ୟା, ଜଣଙ୍କୁ ଗିରଫ କଲା ପୋଲିସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.