ବାଘ ଆତଙ୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ବନବିଭାଗ କହିଲା ଏହା ବଣଭୂଆ

Published By : Prameya-News7 Bureau | October 27, 2024 IST

ଭୁବନେଶ୍ୱର ୨୭।୧୦: ଭୁବନେଶ୍ଵର ବିମାନ ବନ୍ଦର ପାଖରେ ବାଘ ବାଘ ବୋଲି ଦିନ ତମାମ ଆତଙ୍କ ଖେଳି ଯାଇଥିଲା। ସ୍ଥାନୀୟ ଲୋକ ଥିଲେ ଆଶଙ୍କାରେ। କିନ୍ତୁ ବିଳମ୍ବିତ ରାତି ପାଖାପାଖି ୨ଟା ବେଳେ ହଠାତ୍ ବାହାରିଥିଲା ଗୋଟିଏ ଜନ୍ତୁ। ଯାହା ପଛରେ ଦୌଡ଼ି ଥିଲେ ୧୦ରୁ ଅଧିକ ବନ କର୍ମଚାରୀ । ରାତି ଅନ୍ଧାରରେ ଟର୍ଚ୍ଚ ମାରି ଚାରି ଆଡେ଼ ଖୋଜାଖୋଜି କରିଥିଲେ। ଆଉ ଜାଣିବାକୁ ପାଇଥିଲେ ଯେ ବାଘ ନୁହେଁ ତାହା ଥିଲା ବଣଭୂଆ। ବାଘ ଆତଙ୍କରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ।

ଖବର ଅନୁଯାୟୀ, ଶନିବାର ଡମ୍ପିଂୟାର୍ଡରେ କାମ କରିବାକୁ ଆସିଥିବା ମହିଳା ଜଣକ ପ୍ରଥମେ ଦେଖିଥିଲେ ଏହି ଜନ୍ତୁକୁ। ଦେହରେ ହଳଦିଆ ରଙ୍ଗକୁ ପଟ୍ଟାପଟ୍ଟା ଦାଗ ଦେଖି ଭାବି ଦେଇଥିଲେ ଏହା ଗୋଟିଏ ବାଘ। ପରେ ଏହି କଥା ଚାରିଆଡ଼େ ପ୍ରଘଟ ହେବା ପରେ ଖେଳି ଯାଇଥିଲା ଆତଙ୍କ। ବାଘ ଧରିବା ପାଇଁ ବନ ବିଭାଗର ଗୋଟିଏ ଟିମ୍ ଦିନରେ ଜାଲ, ଯନ୍ତା ଓ ଜିଅନ୍ତା କୁକୁଡ଼ା ଧରି ଆସିଥିଲେ। କିନ୍ତୁ ଫାଶରେ କୌଣସି ଜନ୍ତୁ ପଡ଼ିନଥିଲା। ପରେ ରାତି ହୋଇଯିବାରୁ ବନ ବିଭାଗ ଲଗାଇଥିଲା ନାଇଟ ଭିଜନ କ୍ୟାମେରା। ପାରିପାର୍ଶିକ ସ୍ଥିତି ଆଉ ଜନ୍ତୁର ପାଦ ଚିହ୍ନ ଦେଖି ଏହା ବାଘ ନୁହେଁ ବରଂ ଅନ୍ୟ କୌଣସି ଜୀବ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.