ବାତ୍ୟା ‘ଦାନା’ ଭୟ, ଆସନ୍ତା ୨୪ ଓ ୨୫ ତାରିଖରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ୨୪ ରାତିରୁ ୨୫ ପୂର୍ବାହ୍ନ ଯାଏଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ଆଇଏମ୍‌ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି । ଆସନ୍ତା ୨୪ ଓ ୨୫ ତାରିଖରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ ବୋଲି ପ୍ରାଣୀଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ । 

ସେପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ଦୁଇ ଦିନ ବନ୍ଦ କରାଯାଇଛି l ଆସନ୍ତା ୨୪ ଓ ୨୫ ତାରିଖରେ ବନ୍ଦ ରହିବ ସୂର୍ଯ୍ୟମନ୍ଦିର । ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ ସୂଚନା ଦେଇଛନ୍ତି l ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଗଲା ନିଷ୍ପତ୍ତି । ଅର୍ଥାତ ଆସନ୍ତା ଗୁରୁବାର ଏବଂ ଶୁକ୍ରବାର ସୂର୍ଯ୍ୟମନ୍ଦିର, କୋଣାର୍କ ମ୍ୟୁଜିୟମ ବନ୍ଦ ରହିବ । ଏଥିସହିତ ଅନଲାଇନ ଟିକେଟ ମଧ୍ୟ ବନ୍ଦ କରାଯାଇଛି । ୩ଦିନ ପର୍ଯ୍ୟନ୍ତ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଣାର୍କ ଓ ଚନ୍ଦ୍ରଭାଗାରେ ରହିବାକୁ ବାରଣ କରିଛି ପ୍ରଶାସନ ।

You Can Read:

ଧ୍ୟାନ ଦିଅନ୍ତୁ, ସାବଧାନ ରୁହନ୍ତୁ, ବାତ୍ୟା ଆସୁଛି : ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଚାଲିଛି ସଚେତନତା

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.