ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା, ବଜ୍ରପାତରେ ଚାଲିଗଲା ନାବାଳିକା ସହ ୪ ଜୀବନ

Published By : Prameya-News7 Bureau | July 31, 2023 IST

ଆନନ୍ଦପୁର।ରାଉରକେଲା।ନିମାପଡା।ଭଦ୍ରକ। ନୀଳଗିରି ୩୧।୭: ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ । ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କ ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ହାଟଡିହି ଗାଁରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ହେଉଛନ୍ତି ପଦ୍ମନାଭ ପହି । ସେ ନିଜ ଧାନ ବିଲରେ ଟ୍ରାକ୍ଟର ଯୋଗେ ହଳ କାମ ଚାଲିଥିବା ସମୟରେ ନିକଟରେ ଥିବା ଏକ ଗଛ ତଳେ ରହି ହଳ କାମର ତଦାରଖ କରୁଥିଲେ । ଏହି ସମୟରେ ହଠାତ ବଜ୍ରପାତ ଘଟିବାରୁ ସେ ଗୁରୁତର ହୋଇଥିଲ । ପରିବାର ଲୋକେ ଖବର ପାଇ ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ସୁନ୍ଦରଗଡରେ ଅକାଳରେ ଦୁଇ କନ୍ୟାଙ୍କ ଜୀବନ ଯାଇଛି । ଜଣଙ୍କର ଜୀବନ ବିଦ୍ୟୁତ ଆଘାତରେ ଯାଇଥିବା ବେଳେ ଅନ୍ୟ ଜଣଙ୍କ ଜୀବନ ବଜ୍ରାଘ।ତରେ ଯାଇଛି । ସୁନ୍ଦରଗଡ ଜିଲ୍ଲା ବଣେଇ ଥାନାର ପୃଥକ୍ ଦୁଇ ଗାଁରେ ଅଘଟଣ ଘଟିଛି । ବଣାଇ ଥାନା ଘୁସୂର୍ ଗାଁରେ ମଧ୍ୟ ଘଟିଛି ଅଘଟଣ । ବିଲରେ ତଳି ପକାଇଥିବା ବେଳେ ବଜ୍ରାଘାତରେ ନାବାଳିକାଙ୍କ ଜୀବନ ଯାଇଛି । ମୃତ ନାବାଳିକା ଅଙ୍କିତା କିସାନ । ଅଙ୍କିତାଙ୍କ ଘର ନାଗାଡ଼ିହି ଗାଁରେ । ସେ ତାଙ୍କ ମାମୁଁ ଘର ଘୁସୁରାରେ ରହି ପାଠ ପଢ଼ୁଥିଲା ।

wp:embed {"url":"https://www.prameyanews7.com/father-and-son-lost-life-in-lightning-in-chilika/","type":"wp-embed","providerNameSlug":"prameya-news-7"}
https://www.prameyanews7.com/father-and-son-lost-life-in-lightning-in-chilika/
/wp:embed

ସେପଟେ କନ୍ତସରା ଗ୍ରାମର ସୁଧାଂଶୁ ପାତ୍ରଙ୍କ ଝିଅ ୫ବର୍ଷର ରାନୁ ପାତ୍ର ଖେଳୁଥିବା ବେଳେ ଘର ସାମ୍ନାରେ ଏକ ବିଦ୍ୟୁତ ତାର ଛିଣ୍ଡି ତଳେ ପଡ଼ିଥିବା ବେଳେ ହଠାତ ସେଇ ଛିଣ୍ଡା ତାର ଉପରେ ପାଦ ପଡ଼ି ଯିବାରୁ ବିଦ୍ୟୁତ ସଂସ୍ପର୍ଶରେ ଗୁରୁତର ହୋଇ ଯାଇଥିଲେ । ପରିବାର ଲୋକେ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।ଦୁଇଟି ଘଟଣାକୁ ବଣାଇ ପୋଲିସ ଗୁରୁତ୍ବର ସହ ନେଇ ତଦନ୍ତ କରୁଛି ।

ସେପଟେ ନିମାପଡାରେ ବଜ୍ରପାତ ନେଲା ଜଣଙ୍କ ଜୀବନ । ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳାଙ୍କ ନାମ ବୁଦ୍ଧି ବେହେରା । ମୃତ ମହିଳାଙ୍କ ଘର ପିପିଲି ଥାନା ଦାଣ୍ଡ ମକୁନ୍ଦପୁର ନିକଟ ବାହାବଜା ଗ୍ରାମରେ । ସେହିଭଳି ଭଦ୍ରକରେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ବିଲରେ କାମ କରିବା ବେଳେ ବଜ୍ରାଘାତ ଲାଗିଥିଲା । ମୃତକ ହେଉଛନ୍ତି ଜେମା ମଳିକ । ତିହିଡି ଥାନା ଅଧୀନ ତଳକାଁପଡ଼ାର ଜେମା ମଳିକଙ୍କ ମୃତ୍ୟୁ ହୋଇଛି ।

ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ ଘଟିଛି।ଉକ୍ତ ପଞ୍ଚାୟତର ମଳିକ ସାହି ଗ୍ରାମର କୈଳାଶ ମହାଳିକଙ୍କ ସ୍ତ୍ରୀ ଯମୁନା ମହାଳିକ (୫୫) ସୋମବାର ଦିନ ଅପରାହ୍ନରେ ବିଲରେ ଧାନ ରୋଇବା ବେଳେ ବର୍ଷାହେଉଥିଲା। ହେଲେ ହଠାତ ବଜ୍ରାଘାତ ହେବାରୁ ସେ ବିଲରେ ଟଳିପଡିଥିଲେ। ପାଖରେ କାମକରୁଥିବା ଲୋକ ମାନେ ଯମୁନାକୁ ନୀଳଗିରି ହସ୍ପିଟାଲ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

You Can Read :

wp:embed {"url":"https://www.prameyanews7.com/hundreds-of-bjp-workers-joins-bjd-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hundreds-of-bjp-workers-joins-bjd-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.