ଚାନ୍ଦବାଲି ବ୍ଲକ୍‌ର ୪ଟି ପଞ୍ଚାୟତ ବନ୍ୟା ଘେରରେ, ରାସ୍ତା ଉପରେ ୪ରୁ ୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ

Published By : Prameya-News7 Bureau | August 04, 2023 IST

ଚାନ୍ଦବାଲି ୪: ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାଜଳ ଦୁଇ ଦିନ ହେଲା ଲୋକଙ୍କୁ କଲବଲ କରୁଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଞ୍ଚାୟତ ଏବେ ବନ୍ୟା ଘେରରେ । ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତାର ୬ଟି ସ୍ଥାନରେ ୪ରୁ ୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯାତାୟତ ଠପ୍ ହୋଇଯାଇଛି । ଘରେ ଓ ଗାଁ ଦାଣ୍ଡରେ ଲହଢି ମାରୁଛି ପାଣି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।

{"id":826048,"width":740,"height":426,"sizeSlug":"full","linkDestination":"none"}

ବିଶେଷକରି  ବିଷଧର ସାପ ବନ୍ୟାଜଳରେ ଭାସୁଥିବାରୁ ରାତି ହେଲେ ଭୟର ବାତାବରଣ ଦେଖାଦେଇଛି ବନ୍ୟା ବିପନ୍ନ ଭୟରେ ଅଛନ୍ତି । ଘଟଣାସ୍ଥଳରେ ଚାନ୍ଦବାଲି ବିଡ଼ିଓ ଓ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଠିବାଙ୍କୁଡ଼ା ଠାରେ ବୈତରଣୀ ନଦୀରେ ଥିବା ସୁରକ୍ଷା ବନ୍ଧ ବନ୍ୟାଜଳରେ ଧସିଯିବାରୁ ବାଲି ବସ୍ତା ଦିଆଯାଇଛି । ଯାଜପୁର ଜଳସମ୍ପଦ ବିଭାଗର ଜେଇ ଓ ଏସଡିଓ ମଧ୍ୟ ଏଠାରେ ପହଞ୍ଚିଛନ୍ତି । ସରକାରୀ ଯାତ୍ରୀବାହୀ ବସ୍ ରାସ୍ତାରେ ଅଟକିଛି ରହିଛି ।

You Can Read :

wp:embed {"url":"https://www.prameyanews7.com/tragedy-in-maithan-ispat-limited-in-jajpur-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tragedy-in-maithan-ispat-limited-in-jajpur-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.