ସରକାରୀ କ୍ୱାର୍ଟରରେ ଅଗ୍ନିକାଣ୍ଡ, ବାଣ ବିସ୍ଫୋରଣରୁ ଲାଗିଲା ନିଆଁ

Published By : Prameya-News7 Bureau | May 11, 2023 IST

ଭୁବନେଶ୍ୱର ୧୧/୦୫: ଭୁବନେଶ୍ୱର ୟୁନିଟ୍ ୨ ସରକାରୀ କ୍ୱାର୍ଟରରୁ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣରୁ ନିଆଁ ଲାଗିଥିବା ସୂଚନା । ଘଟଣା ପରେ ଅଗ୍ନିଶମ ବିଭାଗର ଗୋଟିଏ ୟୁନିଟ ନିଆଁ ଲିଭା କାର୍ଯ୍ୟରେ ନିଯୋଜିତ ହୋଇଥିଲେ । ଦୀର୍ଘ ସମୟରେ କସରତ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ତେବେ ଏଥିରେ କିଛି ବେଶି କ୍ଷୟକ୍ଷତି ହୋଇନଥିବା ସୂଚନା ।

ସୂଚନା ଥାଉକି, ସରକାରୀ କ୍ୱାର୍ଟରରେ ସକାଳ ପ୍ରାୟ ୫.୩୦ରେ ନିଆଁ ଲାଗିଥିଲା । ଯାହା ଜଣାପଡୁଛି ଘରେ ବାଣ ବିସ୍ଫୋରଣରୁ ଏହି ଅଗ୍ନିକାଣ୍ଡ ଘଟିଛି । ଘରେ ମହଜୁଦ ଥିବା ବାଣରୁ ବିସ୍ଫୋରଣ ହୋଇଥିବା ସୂଚନା । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ନିରଞ୍ଜନ ଲେଙ୍କା ନାମଧାରି ବ୍ୟକ୍ତିଙ୍କ ନାଁ ରହିଛି ଏହି ସରକାରୀ ବାସଭବନ । ସେ ଲୋକସେବା ଭବନରେ କାର୍ଯ୍ୟରତ ଥିଲେ । ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.