କଣ୍ଟାବାଞ୍ଜି ୧୪।୧୧: ବଲାଙ୍ଗିର ଜିଲ୍ଲା ତୁରେକେଲାର ବ୍ଲକ ଅନ୍ତର୍ଗତ କୁଇବାହାଲ ପଲି ବିକାଶ ପଞ୍ଚାୟତ ହାଇସ୍କୁଲ ବହୁ ଧୁମଧାମ ପାଳନ ହେଉଥିଲା ଶିଶୁ ଦିବସ । ଏହି ଅବସରରରେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ ଅଭିଭାଷଣ ଦେବା ସମୟରେ ହଠାତ ଟଳିପଡିଥିଲେ । ସହଯୋଗୀ ଶିକ୍ଷକ ମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଶିକ୍ଷକଙ୍କ ଘର କଟକ ଜିଲ୍ଲା ଛତିଆ ଅଞ୍ଚଳରେ । କଣ୍ଟାବାଞ୍ଜି ସହରରେ ଭଡା ଘରେ ରହି କୁଇବାହାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ପରେ ଶିକ୍ଷକ ମହଲରେ ଶୋକାକୂଳ ପରିବେଶ ଦେଖାଦେଇଛି । କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
You Can Read: