ମାଛୁଆଙ୍କ ଜାଲରେ ପଡିଲା ଇଲିସି, ଶସ୍ତାରେ ନେବାକୁ ଲାଗିଛି ଗ୍ରାହକଙ୍କ ଭିଡ଼

Published By : Prameya-News7 Bureau | September 11, 2024 IST

ଭୋଗରାଇ ୧୧।୦୯ : ଜାଲରେ ପଡିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ । ଯାହାକୁ ଦେଖିବାକୁ ପାଇଁ ସମୁଦ୍ରକୂଳରେ ଲାଗିଛି ଲୋକଙ୍କ ଭିଡ । ଏପିରିକି ଏହି ମାଛକୁ କିଣିବାକୁ ମଧ୍ୟ ଜମିଛି ଗ୍ରାହକଙ୍କ ଭିଡ । 

ଖବର ଅନୁଯାୟୀ, କିଛି ମତ୍ସ୍ୟଜୀବୀ  ସମୁଦ୍ରକୁ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । ମାଛ ମାରିବା ବେଳେ ସେମାନଙ୍କ ଜାଲରେ ପଡିଥିଲା ଇଲିସି ମାଛ । ଯାହାର ଚାହିଦାରେ ବଜାରରେ ଖୁବ୍‌ ଅଧିକା । ତେବେ ମତ୍ସ୍ୟଜୀବୀ ମାନେ କୂଳକୁ ଆସିବା ପରେ ଲାଗିଥିଲା ଲୋକଙ୍କ ଭିଡ । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ମାଛ ମାର୍କେଟରେ ଇଲିସି ମାଛ ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ଗ୍ରାହକଙ୍କ ଜମିଛି ଭିଡ। 

ତେବେ ଲଘୁଚାପ ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାରୁ ଇଲିସି ମାଛ କୂଳକୁ ଆସୁଛନ୍ତି । ଯାହାଫଳରେ ମତ୍ସ୍ୟଜୀବୀଙ୍କ ଜାଲରେ ବହୁମାତ୍ରାରେ ଇଲିସି ପଡୁଛି । ମଙ୍ଗଳବାର ଇଲିସି ୧ କିଲୋ ପିଛା ୧ ହଜାର ଥିବା ବେଳେ ବୁଧବାର ଦିନ ଏହା ୮ ଶହ ଟଙ୍କାକୁ ଖସିଯାଇଛି । ତେଣୁ ମାଛ କିଣିବାକୁ ଗ୍ରାହକଙ୍କ ଭିଡ ଜମିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.