ରାସ୍ତା କାମରେ ଅହେତୁକ ବିଳମ୍ବ, ପ୍ରତିବାଦରେ ରାସ୍ତାରୋକ ସହ ବଜାର ବନ୍ଦ

Published By : Prameya-News7 Bureau | September 12, 2024 IST

ନୀଳଗିରି ୧୨।୯: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ମିତ୍ରପୁର ଠାରେ ରାସ୍ତାରୋକ । ଫଳରେ ନୀଳଗିରି-ବାଲେଶ୍ଵର, ଉଦଳା-ବାଲେଶ୍ଵର, ବରମପୁର-ବାଲେଶ୍ଵର ରାସ୍ତାରେ ଆସୁଥିବା ଯାନବାହାନ ଚଳାଚଳରେ ବାଧା ଉପୁଜିଛି । 

ସୂଚନାଯୋଗ୍ୟ ଯେ, ନୀଳଗିରି-ମିତ୍ରପୁର ରାସ୍ତାର ପ୍ରଶସ୍ତିକରଣ ପାଇଁ କାର୍ଯ୍ୟଚାଲୁ ରହିଛି । ହେଲେ କାର୍ଯ୍ୟରେ ଅହେତୁକ ବିଳମ୍ବ ପାଇଁ ବାରମ୍ବାର ଦୁର୍ଘଟଣା ଘଟି ପ୍ରାଣହାନି ମଧ୍ୟ ହେଉଛି । ଡ୍ରେନ୍ କାମ ଅସମ୍ପୂର୍ଣ୍ଣ ପାଇଁ ମିତ୍ରପୁର ବଜାରରେ ପାଣି ମଧ୍ୟ ଜମୁଥିବା ବେଳେ ଗୋରୁଗାଈ ଡ୍ରେନ୍‌ରେ ଗଳିପଡୁଛନ୍ତି । ବାରମ୍ବାର ଅଭିଯୋଗ ପରେ ଠିକାଦାର କାର୍ଯ୍ୟର ତ୍ୱରାନ୍ୱିତ କରୁନଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ୍ ବସିଛନ୍ତି । ଶେଷରେ ବାଧ୍ୟ ହୋଇ ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ଡ଼ାକରାରେ କମିଟିର ସଦସ୍ୟ, ବଜାର କମିଟି, ଦୁର୍ଗାପୂଜା କମିଟି, ଟ୍ରକ ମାଲିକ ସଂଘ, କ୍ରସର ଓ ଖାଦାନ ମାଲିକ ସଂଘ ଏହି ଆନ୍ଦୋଳନକୁ ଓଲ୍ହାଇ ରାସ୍ତାରୋକ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି ।

You Can Read:

ପ୍ରଶାସନିକ ସ୍ତରରେ ଆରମ୍ଭ ହେଲା ତଦନ୍ତ, ଝୁନୁଙ୍କ ପାଇଁ ବଢ଼ିଲା ସହଯୋଗର ହାତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.