ଲଘୁଚାପଜନିତ ବର୍ଷାରେ ଭୂସ୍ଖଳନ, ଭୁଶୁଡ଼ିଲା ୪୦ ଫୁଟର ରାସ୍ତା

Published By : Prameya-News7 Bureau | September 15, 2024 IST

ଭୋଗରାଇ ୧୫।୯: ଲଘୁଚାପଜନିତ ବର୍ଷାରେ ବେହାଲ ହୋଇପଡ଼ିଛି ଭୋଗରାଇ । ଗତ ଦୁଇ ଦିନ ଧରି ପ୍ରବଳ ବର୍ଷାରେ ଭିଜୁଛି ଭୋଗରାଇ । ଏହାର ପ୍ରଭାବରେ ବିଭିନ୍ନ ଗାଁ ଜଳମଗ୍ନ ହେବା ସହିତ କୁଳିଦା ଗାଁରେ ୪୦ ଫୁଟ ରାସ୍ତା ଭୁଶୁଡି ଏକ ବିରାଟ ଭୂସ୍ଖଳନ ହୋଇଛି । ଫଳରେ ୪୦ ପରିବାରର ୧୦୦ରୁ ଉର୍ଦ୍ଧ୍ବ ଲୋକେ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି । ରାସ୍ତା ଭୁଶୁଡ଼ିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ୩ଟି ପକ୍କା ଘର ଭୁଶୁଡି ଯିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ଜିଲ୍ଲାପରିଷଦ ଓ ସରପଞ୍ଚ ପହଞ୍ଚି ବୁଝାସୁଝା ଆରମ୍ଭ କରିଛନ୍ତି ।

You Can Read:

ଓଡ଼ିଶାରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ, ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଡ଼ିଲା ଟ୍ରେନ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.