ଜାପାନକୁ ପଛରେ ପକାଇ ତୃତୀୟ ବଡ଼ ଅର୍ଥନୀତି ହେଲା ଜର୍ମାନୀ; ଭାରତ କେଉଁ ସ୍ଥାନରେ ଜାଣନ୍ତୁ

Published By : Prameya-News7 Bureau | February 15, 2024 IST

ନୂଆଦିଲ୍ଲୀ: ଜାପାନ ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି। ୨୦୧୦ରେ ଚୀନ ଏହି ଦେଶକୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତିର ଦେଶ ହୋଇଥିଲା। ଆଉ ଏବେ ଜର୍ମାନୀ ମଧ୍ୟ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛି। ଜାପାନ ଚତୁର୍ଥ ନମ୍ବରକୁ ଖସି ଆସିଛି।

ସୂର୍ଯ୍ୟେଦୟର ଦେଶ ଜାପାନ ଏବେ ଘୋର ଆର୍ଥିକ ମାନ୍ଦାବାସ୍ଥା ଦେଇ ଗତି କରୁଛି। ଦେଶରେ ଜନସଂଖ୍ୟା ହ୍ରାସ ଓ ଦୁର୍ବଳ ମୁଦ୍ରା ଜାପାନ ପାଇଁ କାଳ ହୋଇଛି। ଜାପାନର ଅର୍ଥନୀତିର ଆକାର ୪.୨ ଟ୍ରିଲିଅନ ଡଲାର ରହିଥିବା ବେଳେ ୟୁରୋପର ସବୁଠାରୁ ବଡ଼ ଅର୍ଥନୀତି ଜର୍ମାନୀର ଅର୍ଥନୀତି ୪.୫ ଟ୍ରିଲିଅନ ଡଲାର ରହିଛି।

ପଢ଼ନ୍ତୁ-ବ୍ରିଟେନ୍‌ର ଅର୍ଥନୀତିକୁ ଶକ୍ତ ଝଟ୍‌କା; ଆକଳନ ଠାରୁ ବି କମିଲା ଦେଶର ଜିଡିପି; ସୁନକଙ୍କୁ ଘାରିଲା ଚୌକି ଚିନ୍ତା

ୟୁରୋପର ବୃହତ୍ତମ ଅର୍ଥନୀତି ଜର୍ମାନୀ ଗତ ବର୍ଷ କିଛି ସମୟ ପାଇଁ ସାମାନ୍ୟ ମାନ୍ଦାବସ୍ଥାର ଶିକାର ହୋଇଥିଲା।  ପୂରା ବର୍ଷ ହିସାବରେ ୨୦୨୩ରେ ଜର୍ମାନୀର ଜିଡିପି ୦.୩ ପ୍ରତିଶତ ହ୍ରାସ ପାଇଥିଲା। କିନ୍ତୁ ଗତ ବର୍ଷ ଜାପାନର ଅର୍ଥନୀତିରେ ୧.୯ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇଥିଲା। ହେଲେ ବର୍ଷ ଶେଷରେ ଜାପାନ ଚତୁର୍ଥ ନମ୍ବର ସ୍ଥନକୁ ଖସି ଆସିଛି ବୋଲି ଜାପାନ ସରକାରୀରୁ ଏହି ସୂଚନା ମିଳିଛି।

{"id":909669,"width":837,"height":699,"sizeSlug":"full","linkDestination":"none"}

ବିଶ୍ଳେଷକମାନେ କହିଛନ୍ତି ଯେ ଜାପାନର ଅର୍ଥନୀତି ଧୀରେ ଧୀରେ ଏହାର ପ୍ରତିଦ୍ୱନ୍ଦ୍ୱିତା ଏବଂ ଉତ୍ପାଦକତା ହରାଇଛି। ଜାପାନରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜନ୍ମହାର କମୁଥିବାରୁ ଜନସଂଖ୍ୟା ବି ହ୍ରାସ ପାଉଛି। ତେଣୁ ଦେଶ ଚତୁର୍ଥ ସ୍ଥାନକୁ ଖସି ଆସିଛି ବୋଲି ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡ କହିଛି।

ବର୍ତ୍ତମାନ ଆମେରିକା ବିଶ୍ୱର ବୃହତମ ଅର୍ଥନୀତି ଦେଶ ହୋଇ ୨୭,୯୭୪ ବିଲିଅନ ଡଲାର ଜିଡିପି ସହ ତାଲିକାରେ ଶୀର୍ଷରେ ଥିବା ବେଳେ ତା ପଛକୁ ୧୮,୫୬୪ରୁ ଅଧିକ ବିଲିଅନ ଡଲାର ଅର୍ଥନୀତି ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି। ଜାପାନ ଦୀର୍ଘ ଦିନ ଧରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଥିଲା, କିନ୍ତୁ ବର୍ତ୍ତମାନ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଜର୍ମାନୀ ଗୋଟିଏ ସ୍ଥାନକୁ ଡେଇଁଛି ଏବଂ ଚତୁର୍ଥ ପରିବର୍ତ୍ତେ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛି। ସେହିପରି ଭାରତ ପ୍ରାୟ ୪.୧୧୨ ବିଲିଅନ ଡଲାର ଅର୍ଥନୀତି ସହିତ ଭାରତ ପଞ୍ଚମ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.