କେନ୍ଦ୍ରାପଡାରେ ସ୍ୱାଭାବିକ ହେଉଛି ଜନଜୀବନ : ବଗପାଟିଆରୁ ଜଳ ନିଷ୍କାସନ ପାଇଁ ଖୁବ୍‌ଶୀଘ୍ର ମାଷ୍ଟର ପ୍ଲାନ୍

Published By : Prameya-News7 Bureau | October 26, 2024 IST

କେନ୍ଦ୍ରାପଡ଼ା ୨୬।୧୦: ବାତ୍ୟାର ଦୁଇ ଦିନ ପରେ କେନ୍ଦ୍ରାପଡାରେ ସ୍ୱାଭାବିକ ହେଉଛି ଜନଜୀବନ l ଶନିବାର ଦିନ ୨୬ ଗୋଟି ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି ୩ ହଜାର ୧ ଶହ ପ୍ରଭାବିତ l ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି l କୌଣସି ପ୍ରଭାବିତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ଯିବା ପାଇଁ ବାଧ୍ଯ କରାଯିବ ନାହିଁ l 

ସେହିପରି ଜିଲ୍ଲାରେ ବିଦ୍ୟୁତ ଯୋଗାଣ ସ୍ଵାଭାବିକ ହୋଇଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ରାଜନଗର ବ୍ଲକ୍‌ର ୫ ଗୋଟି ପଞ୍ଚାୟତ, ରାଜକନିକା ବ୍ଲକ୍‌ର ୩ ଗୋଟି ଓ ମହାକାଳପଡା ବ୍ଲକର ଗୋଟିଏ ପଞ୍ଚାୟତର ଅବଶିଷ୍ଟ ୪୦ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି l 

ସବୁଠାରୁ ବଡକଥା ହେଲା ରାଜନଗର ବଗପାଟିଆ ସ୍ଥିତ ବିସ୍ଥାପିତଙ୍କ କଲୋନୀରୁ ଜଳ ନିଷ୍କାସନ ପାଇଁ ଖୁବ୍ ଶୀଘ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ l ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

You Can Read:

ବାତ୍ୟା ବେଳେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ, ପ୍ରଶଂସନୀୟ କାମ ପାଇଁ ହେବେ ସମ୍ମାନିତ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.