ଦୁଇ ଚାରି ଦିନ ଭିତରେ ଆସିବ ରତ୍ନଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ : ଆଇନ ମନ୍ତ୍ରୀ

Published By : Prameya-News7 Bureau | October 13, 2024 IST

ଭୁବନେଶ୍ବର ୧୩।୧୦: ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଜିପିଆର୍ ସର୍ଭେ ରିପୋର୍ଟ ଦୁଇ ଚାରି ଦିନରେ ଆସିବ । ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ । ଚଟାଣ ତଳେ କିମ୍ବା କାନ୍ଥ ଭିତରେ କିଛି ମୂଲ୍ୟବାନ ରତ୍ନ ଅଛି । ସୁନା, ମଣି, ମାଣିକ୍ୟ ଥିବାର ସ୍ପଷ୍ଟତା ଆସିଲା ଅବା ସୁଡ଼ଙ୍ଗ ଅଛି, ତେବେ ସରକାର ନିଷ୍ପତ୍ତି ନେବେ କ’ଣ କରାଯିବ ବୋଲି । ରିପୋର୍ଟ ଆସିବା ପରେ ଏଏସଆଇ ଟିମ୍ ପ୍ରସ୍ତୁତ ଅଛନ୍ତ । ସେମାନେ ମରାମତି କାର୍ଯ୍ୟ ଆରମ୍ଭ କରିବେ ଏବଂ ଯଥାଶୀଘ୍ର ଶେଷ କରିବେ । ଏହାପରେ ରତ୍ନଗୁଡିକ ରତ୍ନ ଭଣ୍ଡାର ଭିତରକୁ ଯିବ ଏବଂ ଗଣତି ମଣତି ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ରାଜପଥରେ ବୁଲୁଛି ଦନ୍ତା, ସ୍ଥାନୀୟ ଲୋକେ ଭୟଭୀତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.