ଖଣ୍ଡାରେ ହାଣି ଆତଙ୍କ ଖେଳାଉଥିଲେ, ଗ୍ୟାଙ୍ଗର ୩ ଲୁଟେରାଙ୍କୁ ବାନ୍ଧିଲା ପୋଲିସ, ୨ ଫେରାର

Published By : Prameya-News7 Bureau | July 31, 2024 IST

ପାରାଦୀପ ୩୧/୭: ଖଣ୍ଡାରେ ହାଣୁଥିଲେ । ବାଇକ ଛଡାଇ ନେଉଥିଲେ । ଘରେ ପଶି ଲୁଟୁଥିଲେ । ଦୀର୍ଘ ଦିନ ଧରି ପାରାଦୀପ ଓ କୁଜଙ୍ଗରେ ଆତଙ୍କ ଖେଳାଉଥିବା ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି ପୋଲିସ । ଗତ ୨୬ରେ ହସିଣା ନିକଟରେ ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରେ ପଶି ଖଣ୍ଡାରେ ଆକ୍ରମଣ  କରି ଟଙ୍କା,ସୁନା ଲୁଟ୍‌ କରିଥିଲେ । 

ଅଭିଯୋଗ ପରେ ତିର୍ତ୍ତୋଲ ଏସ୍‌ଡିପିଓଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଲାଇଥିଲେ । ଆଉ ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା,୨ଟି ସୁନା ମୁଦି,ଗୋଟିଏ ଚେନ୍‌ ସହ ଚୋରା ବାଇକ ଜବତ ହୋଇଛି । ଖୁବ ଶୀଘ୍ର ଗ୍ୟାଙ୍ଗର ଆଉ ୨ ଜଣଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତିର୍ତ୍ତୋଲ ଏସ୍‌ଡିପିଓ ଚିନ୍ମୟ ରାଉତ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.