ନୂଆଦିଲ୍ଲୀ, ୨୦/୦୮: ଫେଲ୍ ମାରିଛି ରୁଷର ଚନ୍ଦ୍ରରେ ପହଞ୍ଚିବାର ସ୍ବପ୍ନ। ଚନ୍ଦ୍ରପୃଷ୍ଠର ଲ୍ୟାଣ୍ଡିଂର ମାତ୍ର ୨୪ ଘଣ୍ଟା ପୂର୍ବରୁ ରୁଷ ମହାକାଶ ଯାନ ଲୁନା-25 କ୍ରାସ୍ ହୋଇଛି। ରୁଷ ଏହାର ଏହି ଲୁନା-25କୁ ଅଗଷ୍ଟ-୧୦ରେ ଲଞ୍ଚ କରିଥିଲା। ଏହାର ଲ୍ୟାଣ୍ଡିଂ ଭାରତର ଚନ୍ଦ୍ରଯାନ-୩ର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୨୧ରେ ହେବାର ଥିଲା । କିନ୍ତୁ ଏହା ପୂବର୍ରୁ ଆଜି ରବିବାର ଲୁନା-25 କ୍ରାସ୍ ହୋଇଛି। ଗତ କାଲି ଏହି ମହାକାଶ ଯାନରେ କିଛି ତ୍ରୁଟି ଦେଖାଦେଇଥିବା ନେଇ ସୂଚନା ଦିଆଯାଇଥିଲା।
wp:heading {"level":4}Also read- ଜହ୍ନ ଆଉ ଅଳ୍ପ ବାଟ, ଚନ୍ଦ୍ରଠାରୁ ଏବେ ୨୫ କିମି ଦୂରରେ ଚନ୍ଦ୍ରଯାନ-୩
/wp:headingରୁଷ ସ୍ପେଶ ଏଜେନ୍ସୀ ରୋସ୍କୋମୋସ ରବିବାର ଏନେଇ ସୂଚନା ଦେଇଛି। ଏଜେନ୍ସୀ କହିଛି ରୁଷର ମାନବବିହୀନ ରୋବୋଟ ଲ୍ୟାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଜେନ୍ସୀ କହିଛି ଲ୍ୟାଣ୍ଡିଂ ପୂର୍ବର ପ୍ରସ୍ତୁତି ସମୟରେ କୌଣସି ସମସ୍ୟା ଯୋଗୁଁ ଶନିବାର ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଆଉ ରବିବାର ଏହା ନିର୍ଦ୍ଧାରିତ କକ୍ଷପଥରୁ ବାହାରକୁ ଚାଲିଯାଇଥିଲା ଏବଂ ଚନ୍ଦ୍ରପୃଷ୍ଠରେ କ୍ରାସ୍ ଲ୍ୟାଣ୍ଡ କରି ନଷ୍ଟ ହୋଇଯାଇଛି।’’
wp:heading {"level":4}Also read- ଚନ୍ଦ୍ରଯାନ-୩ ନଜରରେ ଏମିତି ଦେଖାଯାଉଛନ୍ତି ଜହ୍ନମାମୁଁ, Video ସେୟାର କରି ଝଲକ ଦେଖାଇଲେ ଇସ୍ରୋ
/wp:headingସୂଚନାଥାଉକି, ୧୯୭୬ରେ ସୋଭିଏତ ସମୟର ଲୁନା-୨୪ ମିଶନ ପରେ ପ୍ରାୟ ପାଞ୍ଚ ଦଶନ୍ଧି ପରେ ପ୍ରଥମ ଥର ଅଗଷ୍ଟ ୧୦ରେ ଲୁନା-25କୁ ଅନ୍ତରୀକ୍ଷକୁ ପଠାଯାଇଥିଲା। ଏହାର ଲ୍ୟାଣ୍ଡ୍ ଅଗଷ୍ଟ ୨୧ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ହେବାର ଥିଲା। ଏହି ମଶନ ପାଇଁ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ଦେଶଙ୍କ ମଧ୍ୟରେ କେବଳ ତିନି ଦେଶ ଅଛନ୍ତି। ଚଳିତବର୍ଷ ବିଶ୍ବରେ ଯେଉଁ ଦୁଇ ମହାକାଶ ମିଶନକୁ ନେଇ ଚର୍ଚ୍ଚା ହେଉଥିଲା, ସେଥିରେ ଚନ୍ଦ୍ରଯାନ ଏବଂ ଲୁନା-25 ଥିଲା।