ବ୍ରିଟିଶଙ୍କୁ ଯେମିତି ବିଦା କଲେ ଏହି ସରକାରଙ୍କୁ ମଧ୍ୟ ସେମିତି ବିଦା କରିବେ ଲୋକେ: ମହାବୀର ସିଂହ ଫୋଗାଟ୍

Published By : Prameya-News7 Bureau | June 01, 2023 IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷର ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ କରି ମାସାଧିକ କାଳ ଆନ୍ଦୋଳନରେ ବସିଛନ୍ତ ମହିଳା କୁସ୍ତିଯୋଦ୍ଧା। ଏବେ ସେମାନଙ୍କ ପ୍ରତି ସମର୍ଥନ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନେତା ଠାରୁ ଆରମ୍ଭ କରି ଖେଳାଳିମାନେ ତାଙ୍କ ସମର୍ଥନରେ ବାହାରୁଛନ୍ତି।

ଗତକାଲି ମହିଳା କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକ୍‌ରେ। ଆଜି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ତଥା ପୂର୍ବତନ କୁସ୍ତି ଯୋଦ୍ଧା ଓ ଗୀତା ଓ ବବିତା ଫୋଗାଟଙ୍କ ବାପା ମହାବୀର ସିଂହ ଫୋଗାଟ। ଲୋକ ଯେମିତି ବ୍ରିଟିଶ ସରକାରଙ୍କୁ ବିଦା କରିଦେଲେ ମୋଦୀ ସରକାରଙ୍କୁ ସେହିପରି ବିଦା କରିଦେବେ ବୋଲି ମହାବୀର ସିଂହ ଫୋଗାଟ ଚେତାବନୀ ଦେଇଛନ୍ତି।

ମହାବୀର କହିଛନ୍ତି “ଝିଅମାନଙ୍କର ଅବସ୍ଥା ଦେଖି ହେଉନି। ଲେକେ ଏହି ସରକାରଙ୍କୁ ସଫା କରିଦେବେ ଯେମିତି ବ୍ରିଟିଶ ସରକାରଙ୍କୁ କରିଦେଲେ।” ହରିଆଣାରେ ନିଜ ଗାଁ ବାଲାଲିରେ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ମହାବୀର ସିଂହ ଫୋଗାଟ।

Mahavir Singh Phogat Appointed as Chairman of MMA 1
wp:heading {"level":4}

ପଢ଼ନ୍ତୁ -ଆମେ ଖେଳାଳିଙ୍କ ସହ ରହିଛୁ, ହେଲେ ନିୟମ ଅନୁଯାୟୀ ଯାଞ୍ଚ ହେବ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

/wp:heading

ସେହିପରି ଆନ୍ଦୋଳନରତ କୁସ୍ତି ଯୋଦ୍ଧାମାନଙ୍କ ସମର୍ଥନରେ ବାହାରିଥିବା କୃଷକ ସଂଗଠନ  ଓ ନେତା ରାକେଶ ଟିକାୟତଙ୍କ ଉଦ୍ଦେଶ୍ୟେର ମହାବୀର କହିଛନ୍ତି “ କୃଷକ ନେତାମାନେ ଦେଶର ଝିଅମାନଙ୍କର କଷ୍ଟକୁ ଅନୁଭବ କରିପାରୁଛନ୍ତି। ଏବେ ଏକ ନିର୍ଣ୍ଣାକ ନିଷ୍ପତ୍ତି ପାଇଁ ସାରା ଦେଶ ଏକାଠୀ ହେବ। ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ଖାପ ପଞ୍ଚାୟତ, ସାମାଜିକ ଏବଂ କୃଷକ  ସଂଗଠନ ସମସ୍ତେ ମିଶିବେ। ଦେଶର ଲୋକ ଏକ ମହା ଆନ୍ଦୋଳନ ଦେଖିବେ।”

ଗୀତ ଓ ବବିତା ଫୋଗାଟଙ୍କ ପାଇଁ ପରିଚିତ ବଲାଲି ଗାଁରେ ଲୋକମାନେ ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହେବେ ବୋଲି ସୂଚନା ମିଳିଛି।

Who is Mahavir Singh Phogat? The 'father' of Indian women's wrestling
wp:heading {"level":4}

ପଢ଼ନ୍ତୁ -ଯଦି ଏତିକିରେ ସରକାରଙ୍କ ମନ ଭରୁନି ତେବେ ଖେଳାଳି ଅର୍ଥ ଫେରାଇବାକୁ ବି ପ୍ରସ୍ତୁତ: ବିଜେନ୍ଦର ସିଂ

/wp:heading

ଏନେଇ ମହାବୀର କହିଛନ୍ତି “ମୁଁ ସବୁକିଛି ବାଜି ଲଗାଇ ଦେଇ ମେଡାଲ ପଇଁ ମୋ ଝିଅମାନଙ୍କୁ ଦକ୍ଷ କରି ଗଢ଼ି ତୋଳିଲି। ଆଜି ସେମାନଙ୍କର ଅବସ୍ଥା ଦେଖି ହେଉନି। ଦୁଃଖର କଥା ହେଲା ଖେଳାଳିମାନେ ଶେଷରେ ତାଙ୍କ ମେଡାଲକୁ ଗଙ୍ଗାରେ ଭସାଇବାକୁ ନିଷ୍ପତ୍ତି ନେଲେ। କୃଷକ ନେତମାନେ ସେମାନଙ୍କର ଯନ୍ତ୍ରଣାକୁ ଅନୁଭବ କରିପାରିଲେ। ଏବେ ସାରା ଦେଶ ଏମିତି ଏକାଠୀ ହେବ ଯେ ସରକାର ନଇଁବାକୁ ବାଧ୍ୟ ହେବେ। ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଦେଶର ଲୋକେ ବ୍ରିଟିଶ ଭଳି ତାଙ୍କୁ ମଧ୍ୟ କ୍ଷମତାରୁ ବିଦା କରିଦେବେ।”

{"width":838,"height":523}
Aamir Khan's Dangal trailer: Who is Mahavir Singh Phogat? - India Today

ଆଜି ମହିଳା କୁସ୍ତିଯୋଦ୍ଧାମାନଙ୍କ ସହ  ଯାହା ହେଉଛି ଏଥିରେ ଝିଅମାନେ କୁସ୍ତି କରିବା ଛାଡ଼ି ଦେବେ। ତେବେ ଜୁନିୟର ଖେଳାଳିଙ୍କ ଭବିଷ୍ୟତ ସନ୍ଦେହ ଘେରରେ ରହିଯିବ ବୋଲି ଶ୍ରୀ ଫୋଗାଟ୍ କହିଛନ୍ତି। ବର୍ତ୍ତମାନ ଏମିତି ଆନ୍ଦୋଳନ ହେବ ସରକାର ବାଧ୍ୟ ହୋଇ ବ୍ରିଜ ଭୂଷଣକୁ ଜେଲ୍‌ରେ ପୂରାଇବେ ବୋଲି ମହାବୀର କହିଛନ୍ତି।

ସୂଚନା ଥାଉକି ବ୍ରିଜଣ ଶରଣ ସିଂହଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ଗତ ୪୦ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ଦେଶରେ ପ୍ରମୁଖ କୁସ୍ତି ଯୋଦ୍ଧା। ବଜରଙ୍ଗ ପୁନିଆ, ବିନେଶ ଫୋଗାଟ୍, ସାକ୍ଷୀ ମଲ୍ଲିକ ଆଦି କୁସ୍ତି ଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଛନ୍ତି।

300 crores for Dangal; a measly 80 lakhs for Mahavir Singh Phogat

ସୂଚନା ଥାଉକି ଏହି ସେହି ମହାବୀର ସିଂହ ଫୋଗାଟ ଯିଏ ତାଙ୍କ ଝିଅ ଗୀତା ଓ ବିବାତ ଫୋଗାଟଙ୍କୁ କୁସ୍ତିଯୋଦ୍ଧା କରିବା ପାଇଁ ଓ ମେଡାଲ ଜିତାଇବା ପାଇଁ ତାଙ୍କର ସାରା ଜୀବନ ଲଗାଇ ଦେଇଥିଲେ। ଏହାପରେ ତାଙ୍କ ଦୁଇ ଝିଅ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ଜିତି ନାଁ ବି କଲେ। ମହାବୀର ସିଂହ ଫୋଗାଟଙ୍କ କାହାଣୀକୁ ନେଇ ତିଆରି ହୋଇଥିଲା ଫିଲ୍ମ ଦଙ୍ଗଲ। ମହାବୀର ସିଂହ ଫୋଗାଟଙ୍କ ଭୂମିକାରେ ଅଭିନୟ କରିଥିଲେ ଆମୀର ଖାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.