ନୂଆଦିଲ୍ଲୀ ୦୯/୧୦: ଚା ’ରେ ଛେପ ପକାଇ ବିକୁଥିଲେ ଦୋକାନୀ । କିନ୍ତୁ ଧରିପକାଇଲେ ପର୍ଯ୍ୟଟକ । ଏପରି ଘୃଣ୍ୟ ମାମଲା ଉତ୍ତରାଖଣ୍ଡର ମୁସୁରୀରୁ ନଜର ଆସିଛି । ସୋସିାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ସେପଟେ ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୋଲିସ କହିଛି ଯେ ଏହି ଘଟଣା ଲାଇବ୍ରେରୀ ଚୌକ୍ ଅଞ୍ଚଳରେ ଘଟିଛି । ଏଠାରେ ଜଣେ ପର୍ଯ୍ୟଟକ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଯୁବକ ଚା ’ରେ ଛେପ ପକାଉଛନ୍ତି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ବର୍ତ୍ତମାନ ଉଭୟ ପଳାତକ ଅଛନ୍ତି ।
ମୁସୁରୀକୁ କୁହାଯାଏ ପାହାଡର ରାଣୀ । ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ପରିଦର୍ଶନ କରିବାକୁ ଆସନ୍ତି । ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଚା ’ଷ୍ଟଲରେ ଚା’ ତିଆରି କରୁଥିବା ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସେ ଚା’ରେ ଛେପ ପକାଉଥିବା ନଜର ଆସିଛନ୍ତି ।
ପୋଲିସର ସୂଚନାନୁସାରେ, ଏହି ମାମଲା କିଛି ଦିନ ପୁରୁଣା । ନେହେରୁ ଗାଁର ବାସିନ୍ଦା ହିମାଂଶୁ ବିଷ୍ଣୁ ୨୯ ସେପ୍ଟେମ୍ବର ୨୦୨୪ ରେ ମସୁରୀ ପରିଦର୍ଶନ କରିବାକୁ ଆସିଥିଲେ । ଅଭିଯୋଗକାରୀ ବିଷ୍ଣୁଙ୍କ କହିବାନୁସାରେ, ସେହିଦିନ ସକାଳ ପ୍ରାୟ ସାଢେ ୬.୩୦ଟା ବେଳେ ସେ ମସୁରୀ ଲାଇବ୍ରେରୀ ଚକ୍ ଠାରେ ଛିଡ଼ା ହୋଇଥିବାବେଳେ ସେ ଦୁଇଜଣ ଯୁବକଙ୍କୁ ରାସ୍ତା କଡ଼ରେ ଥିବା ଏକ ଚା ଷ୍ଟଲରେ ଚା, ମ୍ୟାଗି, ବନ୍ ବଟର ଭଳି ଜିନିଷ ବିକ୍ରି କରୁଥିବା ଦେଖିଥିଲେ ।
ସକାଳୁ ହୋଇଥିବାରୁ ହିମାଂଶୁ ମଧ୍ୟ ଷ୍ଟଲର ପିଲାମାନଙ୍କଠାରୁ ଚା ’ନେଇଥିଲେ । ଏହା ପରେ ଘନ କୁହୁଡ଼ି ଏବଂ ପାର୍ବତ୍ୟର ଦୃଶ୍ୟକୁ ସ୍ମରଣୀୟ କରିବା ପାଇଁ ସେ ମୋବାଇଲରୁ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ମୋବାଇଲ୍ କ୍ୟାମେରାରେ ଦେଖିଥିଲେ ଯେ ସେହି ଚା ଷ୍ଟଲ୍ରେ ଜଣେ ଯୁବକ ଚା ତିଆରି ପାତ୍ରରେ ଛେପ ପକାଉଛନ୍ତି। ପରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲେ ତଦନ୍ତ ।