ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

Published By : Prameya-News7 Bureau | June 02, 2024 IST

ସାଲେପୁର ୨।୬: ସନ୍ଦେହଜନକ ଭାବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁ । ଶନିବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । କଟକ ଜିଲ୍ଲା ଜଗତପୁର ଥାନା ବିଶ୍ୱନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ବିଶ୍ଵନାଥପୁର ଗ୍ରାମର ଅଶୋକ ଭୋଇ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ନୃସିଂହ ମନ୍ଦିରରେ କୀର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ରାତି ୧୦ଟା ସମୟରେ ସେହି ବାଟ ଦେଇ ଜଣେ ବ୍ୟକ୍ତି କ୍ଷୀର ଦୁହିଁବାକୁ ଯାଉଥିବା ବେଳେ ବାଟରେ ଅଶୋକ ଭୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ଘର ଲୋକକୁ ଖବର ଦେଇଥିଲେ । ଘର ଲୋକ ଆସି ଦେଖିଲା ବେଳକୁ ଅଶୋକ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ଅଶୋକଙ୍କ ମୁଣ୍ଡର ପଛପଟେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ଘରଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଶୋକଙ୍କୁ କେହି ଦୁର୍ବୃତ୍ତ ମୁଣ୍ଡରେ ଶକ୍ତ ଆଘାତ ଦେଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାରି ପକାଇଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଏନେଇ ପରିବାରଲୋକ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଜଗତପୁର ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ମିଳିଛି ।

You Can Read :

‘୨୦୧୯ ତୁଳନାରେ ୨୩ ଗୁଣ ବଢିଛି ସମ୍ପତ୍ତି’, ADRର ଏଭଳି ରିପୋର୍ଟକୁ ଖଣ୍ଡନ କଲେ ସୌଭିକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.