ଛୁଟି କାଟିବାକୁ ମାମୁଁ ଘର ଆସିଥିଲେ, ପାଣିରେ ବୁଡି ଚାଲିଗଲା ଜୀବନ

Published By : Prameya-News7 Bureau | June 17, 2024 IST

ଆନନ୍ଦପୁର ୧୭।୦୬ : ମାମୁ ଘରକୁ ଛୁଟି କଟାଇବାକୁ ଆସିଥିଲେ । ପୋଖରୀରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଦରଖଳା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। 

ଖବର ଅନୁଯାୟୀ, ମୃତ ନାବାଳିକା ଆନନ୍ଦପୁର ଥାନା ବିରବଲ ଗାଁର ସନା ହୋଙ୍କ ୬ ବର୍ଷୀୟା ଝିଅ ମିଞ୍ଜାରୀ ରବିବାର ସଂଧ୍ୟାରେ ମାଙ୍କ ସହ ମିଞ୍ଜାରୀ ମାମୁ ଘର ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଉଥିବା ସମୟରେ ହଠାତ୍‌ ତାଙ୍କ ଗୋଡ ଖସିଯାଇଥିଲା । ଯାହାଫଳରେ ନାବାଳିକା ଜଣଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଯାଇଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ଘଷିପୁରା ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.